ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଦକ୍ଷିଣପାଲିରେ ଜିଲ୍ଲା ହକି ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଏକଦିବସୀୟ ହକି ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ରାମକୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ହୃଦାନନ୍ଦ ମେହେର, ସମ୍ମାନିତ ଅତିଥି ଭାବେ ସିଣ୍ଢୋଲ ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ୩ ଅଧ୍ୟକ୍ଷ ପବିତ୍ର ବାରିକ, ଯୁକ୍ତ ୨ର ଅଧ୍ୟକ୍ଷ ଶିରୀଶ ଦାସ, ଚନ୍ଦାଚରଣ ଦାସ, ସନ୍ତୋଷ ଭୁକ୍ତା, ଦିଲୀପ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ।
ଦକ୍ଷିଣପାଲି ଏବଂ ବୁଢ଼ୀଝରନ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ରେ ବୁଢ଼ୀଝରନ ବିଜୟୀ ହୋଇଥିଲା। ଦ୍ବିତୀୟ ସେମିଫାଇନାଲ୍ ଖରାପୁରା ଏବଂ ଗିନ୍ଦିଲାମାଲ ମଧ୍ୟରେ ହୋଇଥିଲା। ଏଥିରେ ଗିନ୍ଦିଲାମାଲ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିଥିଲେ। ଫାଇନାଲ୍ ମ୍ୟାଚ୍ ଗିନ୍ଦିଲାମାଲ ଓ ବୁଢ଼ୀଝରନ ମଧ୍ୟରେ ହୋଇଥିଲା। ଏଥିରେ ଗିନ୍ଦିଲାମାଲ ଦଳ ୨-୧ ଗୋଲ୍ରେ ବିଜୟୀ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ହକି ଦଳର ପୂର୍ବତନ ଉପସଭାପତି ଲକ୍ଷ୍ମୀଧର ମହାନ୍ତି, ଶିବଚରଣ ସାହୁ, ସନାତନ ମହାଲିଙ୍ଗ, ପୂର୍ବ ଖେଳାଳି ଭୁଆସ ଗୁଡ଼ିଆ ଯୋଗ ଦେଇଥିଲେ। ସୁବାସ ବାର୍ଲା, ଏଗ୍ନେସ୍ ବାର୍ଲା, ମାନୁଏଲ୍ ବୁଡ଼, ଅଜୟ ଲୁଗୁନ ଖେଳ ପରିଚାଳନା କରିଥିଲେ।