ବୀରମହାରାଜପୁର :  ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ  ମୃତ

ବୀରମହାରାଜପୁର :  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଯୁବରାଜପୁର ଛକ ପାଖରେ ଏକ ଅଜଣା ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ନାମ ଶଙ୍କର୍ଷଣ ଦ୍ବାରି (୨୦ ) ଓ ତାଙ୍କ ଘର ବୀରମହାରାଜପୁର ଥାନା ମୁର୍ଷୁଣ୍ଢିର ବୋଲି ଜଣାପଡିଛି ।

ମୃତକ ଶଙ୍କର୍ଷଣ ଓ ତାର ବଡ଼ଭାଇ  ସଂକୀର୍ତ୍ତନ୍ୟ ଏକ ବାଇକରେ ଘରକୁ କାମ କରିବା ପାଇଁ ରାଜମିସ୍ତ୍ରୀ ଡାକିବାକୁ ଯାଇଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଶଙ୍କର୍ଷଣ ଦ୍ବାରିଙ୍କ ପରଲୋକ ହୋଇଥିବା ବେଳେ ବଡ଼ଭାଇ ସଂକୀର୍ତ୍ତନ୍ୟ ଆହତ ହୋଇଛନ୍ତି ।  ଯୁବରାଜପୁର ଗ୍ରାମର କିଛି ଯୁବକ ଆମ୍ବୁଲାନ୍ସ ଡାକି ବୀରମହାରାଜପୁର ଡାକ୍ତର ଖାନାକୁ ଦୁଇ ଭାଇଙ୍କୁ ପଠାଇଥିଲେ । ବୀରମହାରାଜପୁର ଡାକ୍ତର ଖାନାରେ ଡାକ୍ତର ଶଙ୍କର୍ଷଣକୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ସୁବଳୟା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ  ବ୍ୟବସ୍ଥା କରାଉଛି । ପୁଲିସ ପକ୍ଷରୁ ସୁବଳୟା ଥାନାରେ କେସ ନମ୍ବର ୭୪ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର