ଛୁଟି ବିତାଇବାକୁ ଯାଇ ସିକିମ୍‌ରେ ଫସିଛନ୍ତି ସୁବର୍ଣ୍ଣପୁର ଗୋଟିଏ ପରିବାର: ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଭଜଳପୁର ଗାଁର ରାମନାରାୟଣ ମିଶ୍ର ପରିବାର ଖରାଛୁଟି ବିତାଇବାକୁ ଉର୍ତ୍ତର ପୂର୍ବ ରାଜ୍ୟ ସିକ୍କିମକୁ ଯାଇଥିଲେ। ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ମୀନାକ୍ଷୀ, ଝିଅ ଶ୍ରୀ ଓ ପୁଅ କ୍ରିସ୍‌ ସହିତ ୯ ତାରିଖରେ ଭୁବନେଶ୍ୱରରୁ କୋଲକାତା ଯାଇଥିଲେ। ପରେ ସେଠାରୁ ଗ୍ୟାଙ୍ଗଟକକୁ ସ୍ଵଇଟ୍‌ରେ ଯିବା ପରେ ପୁଣି ଚାଇନା ସୀମାକୁ ଲାଗିଥିବା ଲାଚୁମକୁ ପରିବାର ସହିତ ସଡ଼କ ପଥରେ ବୁଲିବାକୁ ଯାଇଥିଲେ। ତାଙ୍କ ସହିତ ମୟୂରଭଞ୍ଜ ଜିଲାର ଅନ୍ୟ ପର୍ଯ୍ୟଟକ ୫ ଦିନ ହେଲା ରାସ୍ତା ଅବରୋଧ ପାଇଁ ଫସି ରହିଛନ୍ତି। ସିକିମର ରାଜଧାନୀ ଗ୍ୟାଙ୍ଗଟକରୁ ଚାଇନା ସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ରାସ୍ତା ଓ ପୋଲ ଭାଙ୍ଗିଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏଥିପାଇଁ ପର୍ଯ୍ୟଟକମାନେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି।

ଏମାନେ ସମସ୍ତେ ଲାନୁମରୁ ୧୩ ତାରିଖରେ ଗ୍ୟାଙ୍ଗଟନକୁ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ ୧୨ ତାରିଖ ରାତିରେ ପ୍ରବଳ ବର୍ଷା ଓ ପାଗ ଖରାପ ହେବାରୁ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ତେଣୁ ସେମାନେ ଫେରି ନପାରି ଲାଚୁମସ୍ଥିତ ହୋଟେଲ ଆଇଯାଇନ ରିସୋର୍ଟରେ ରହିଛନ୍ତି। ଗ୍ୟାଙ୍ଗଟକ୍  ଚାଇନା ସୀମା ପ୍ରାୟ ୧୨୦ କିଲୋମିଟର ହେବ। ସେମାନେ ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ରହୁଛନ୍ତି। ଏବେ ମଧ୍ୟ ପ୍ରବଳ ଶୀତ ଦେଇଛି ।
ସରକାର ପାହାଡ଼ିଆ ରାସ୍ତା ଓ ପୋଇ ସଫା କରିପାରୁନ ଥିବାରୁ ସେମାନେ ଆସି ପାରୁନାହାନ୍ତି। ସମସ୍ତ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଜରିଆରେ ବ୍ୟାଙ୍କଟନ ପର୍ଯ୍ୟନ୍ତ ଏୟାରକିୟ କରିବେ ବୋଲି କୁହାଯାଇଥିବା ବେଳେ ବିକଳ ହେଉଛନ୍ତି ଯାତ୍ରୀ। ଦୀର୍ଘ ୫ ଦିନ ଧରି ରାସ୍ତା ବନ୍ଦ ଯୋଗୁ ଖାଦ୍ୟ ସମସ୍ୟା ଦେଖାଦେଇଛି। ୧୦ ଟଙ୍କାର ସାମଗ୍ରୀ ୨୦୦ ଟଙ୍କାରେ କିଣିବାକୁ ପଟୁଆର ରାମନାରାୟଣ କରିଛନ୍ତି। ଜୁନ୍ ୧୮ରେ ସ୍କୁଲ ଖୋଲୁଥିବାରୁ ଝିଅ ପୁଅ କିପରି ଘରେ ପହଞ୍ଚିବେ ସେ ଚିନ୍ତାରେ ଅଛନ୍ତି। ଓଡ଼ିଶା ସରକାର ଆବଶ୍ୟକ ପଦକ୍ଷେପ ନେଇ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି।

ଅନ୍ୟପକ୍ଷେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ବୀରମହାରାଜପୁର ଅଞ୍ଚଳର ସମାଜସେବା କୁଷ କୁମାର ସାହୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସିକିମ୍‌ର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମଙ୍ଗଙ୍କୁ ଟୁଇଟ୍ କରି ଅନୁରୋଧ କରିଛନ୍ତି। ସେପଟେ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ରାମ ନାରାୟଣ ମିଶ୍ରଙ୍କ ବଡ଼ ଭାଇ ସିଦ୍ଧେଶ୍ବର ମିଶ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର