ବିପଦ: ମୁଖ୍ୟରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର

ବିନିକା: ବିନିକା ସହର ମୁଖ୍ୟରାସ୍ତା (ଏମଡ଼ିଆ ୩୯) ର ବିନିକା ଷ୍ଟେଟ୍‌ ବ୍ୟାଙ୍କ, ବିଦ୍ୟୁତ ଏସଡିଓ ଅଫିସ, ଡାକଘର ସମ୍ମୁଖ, ଥାନା ପାଚେରି ଓ ଉପ ନିବନ୍ଧକ କାର୍ଯ୍ୟଳୟ ସମ୍ମୁଖରେ ବିଦ୍ୟୁତ ଟ୍ରାନ୍ସଫରର୍ମର ରହିଛି। ଏହି ଟ୍ରାନ୍‌ସଫର୍ମରଗୁଡ଼ିକ ମୁକୁଳା ହୋଇ ପଡ଼ିଛି। ଫଳରେ କେତେବେଳେ ବି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଟ୍ରାନ୍‌ସଫର୍ମର ଚାରିପଟେ ପାଚେରି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର