ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଧାନ ନେଇ ବ୍ୟବସାୟୀ ଛୁ

ଲଛିପୁର : ସୋନପୁର ବ୍ଲକ ଲଛିପୁର ଅଧୀନସ୍ଥ ଡବଲଙ୍ଗ ଗ୍ରାମର ପ୍ରାୟ ୨୦ରୁ ଅଧିକ ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଧାନ କିଣି ବ୍ୟବସାୟୀ ଫେରାର ମାରିଥିିବା ଜଣାପଡ଼ିଛି। ଏନେଇ ଲଛିପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ଡୁଡୁକା ବ୍ଲକ ଜେମାପାଲି ଗାଁର ଯୌତୁକ ସାହୁ ନାମକ ଜଣେ ଧାନ ବ୍ୟବସାୟୀ ଡବଲଙ୍ଗ ଗ୍ରାମକୁ ଆସି ଅଧିକ ଟଙ୍କା ଦେବାର ଲୋଭ ଦେଖାଇ ଥିଲେ। ଫଳରେ କିଛି ଗରିବ ଚାଷୀ ଲୋଭରେ ପଡ଼ି ଧାନ ଦେଇଥିଲେ। ଧାନ ନେବା ପରେ ପଇସା ନଦେଇ ଉକ୍ତ ବ୍ୟବସାୟୀ ରାତାରାତି ଫେରାର୍‌ ମାରିଥିଲେ।

ସମ୍ବନ୍ଧିତ ଖବର