ବିନିକା: ହୀରାକୁଦ ସେଚାଞ୍ଚଳର ତଳମୁଣ୍ଡରେ ଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ବ୍ୟାପକ ଫସଲ ହାନି ହୋଇଥିବା ଲକ୍ଷ୍ୟ କରାଯାଇଛି। ଗତ ୩ ଦିନ ଧରି କୋହଲା ପାଗ ସହିତ ଝିପି ଝିପି ବର୍ଷା ଯୋଗୁଁ ଚାଷୀ ଧାନ ଓ ପରିବା ଫସଲ କ୍ଷତିଗ୍ରସ୍ତ ହୋଇତିବା ସୂଚନା ମିଳିଛି। ବ୍ଲକ୍ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗବାର ଦିନସାରା ୧୦ ମିମି, ବୁଧବାର ୧୫ ମିମି ବର୍ଷା ରେକର୍ଡ କରାଯାଇଛି।
ଚାଷୀମାନଙ୍କ କହିବା ଅନୁସାରେ, ଏବେ ଅମଳ ସମୟ। ବିଲରେ କଟା ହୋଇଥିବା ଧାନ ପେଟା ଆକାରରେ ପଡ଼ିଛି। ତାହା ବର୍ଷାରେ ଭିଜିଛି। ସେହିପରି ଅମଳ ହୋଇ ଗଦା ଧାନର ବ୍ୟାପକ କ୍ଷତି ହୋଇଛି। ସେହିପରି ପରିବା ଫସଲର ମଧ୍ୟ ବ୍ୟାପକ କ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବର୍ଷା ଛାଡ଼ିଲେ ମଧ୍ୟ ଧାନର ମାନକୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏହାର ସୁଯୋଗ ନେଇ ମିଲର୍ମାନେ ଅଧିକ କଟ୍ନି ଛଟ୍ନି କରିବା ଆଶଙ୍କା ଦେଖାଦେଲାଣି। ଏଣୁ ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଧାନର ମାନରେ କୋହଳ କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/3c708650-2dd1-49d0-8276-16bfd39b8b98.jpeg)