ଯୁଯୁମୁରା: ଯୁଯୁମୁରା ବ୍ଲକ ବୀରସିଂହଗଡ଼ ପଞ୍ଚାୟତ ବସିଆପଡ଼ାର ବର୍ଗେଟିକ୍ରା ଅଞ୍ଚଳର ବିରାଟୁ ବର୍ଗେଙ୍କ ବାରିପଟରେ ଥିବା କୂଅରେ କୌଣସି ଦୁର୍ବୃତ୍ତ ବିଷ ପକାଇ ପରିବାରର ସମସ୍ତଙ୍କୁ ମାରିବାକୁ ଉଦ୍ୟମ କରିଥିବା ନେଇ ଯୁଯୁମୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ଯୁଯୁମୁରା ଥାନା ଏସ୍ଆଇ ଯୋଗେଶ ବେଜଙ୍କୁ ଯୋଗାଯୋଗ କରାଯିବାରେ ଅଭିଯୋଗ ହସ୍ତଗତ ହୋଇଥିବା ବେଳେ ତଦନ୍ତ ପରେ ଯାଇ ଘଟଣାର ସତ୍ୟତା ସମ୍ପର୍କରେ ଜଣାପଡ଼ିବ ବୋଲି କହିଥିଲେ।
ମିଳିଥିବା ସୂଚନା ମୁତାବକ, ବୀରସିଂହଗଡ଼ ପଞ୍ଚାୟତ ସରପଞ୍ଚ ରୀଫାରାଣୀ ବେହେରାଙ୍କ ଶ୍ବଶୁର ବିରାଟୁଙ୍କ ପରିବାର ଉକ୍ତ କୂଅରୁ ପାଣି ନେଇ ଚଳନ୍ତି। ତେବେ ବୁଧବାର ସନ୍ଧ୍ୟାରେ କୂଅରେ ଥିବା ମାଛ ମରିପଡ଼ିଥିବା ସୂଚନା ପାଇ ବିରାଟୁ ଯାଇ ଦେଖିବା ପରେ ଉକ୍ତ ପାଣିରୁ ଏକ ବିଷାକ୍ତ ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ। ତେବେ ପାଣିରେ ବିଷ ପଡ଼ିଥିବା ଯୋଗୁଁ ଏଭଳି ଘଟିଥିବା ବିରାଟୁ ସନ୍ଦେହ କରିଥିଲେ। ତେବେ ପୂର୍ବଶତ୍ରୁତାକୁ ନେଇ କୌଣସି ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିବା ନେଇ ବିରାଟୁ ଥାନାରେ ଅଭିଯୋଗ କରିଛନ୍ତି।
କୂଅରେ ବିଷ ପକାଇ ମାରିବା ଉଦ୍ୟମ ଅଭିଯୋଗ
/sambad/media/post_attachments/wp-content/uploads/2019/06/drinking-water.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)