ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଦୁର୍ଜନତଏଲା ଗ୍ରାମରେ ୩ କେଜିରୁ ଅଧିକ ଝିଙ୍କ ମାଂସ ଜବତ କରିଛି ବନବିଭାଗ। ଶନିବାର ଦିନ ୧୦ ଟାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନରକ୍ଷୀ ରାମଶଙ୍କର ମେହେର ଓ ତାଙ୍କ ଦଳ ଦୁର୍ଜନତଏଲା ଗ୍ରାମର ଟିକୁନୁ ମୁଣ୍ଡାଙ୍କ ଘରେ ଚଢ଼ଉ କରିଥିଲେ। ଏହି ସମୟରେ ୩ କେଜି ମାଂସ ସହ ଶିକାରରେ ବ୍ୟବହୃତ ଅନେକ ମାରଣାସ୍ତ୍ର ଜବତ କରିଥିଲେ। କିନ୍ତୁ ଚଢ଼ଉ ସମୟରେ ସେ କୌଶଳ କ୍ରମେ ଜଙ୍ଗଲକୁ ଫେରାର ହୋଇଯାଇଥିଲା। ଜବତ ହୋଇଥିବା ସମସ୍ତ ସମାଗ୍ରୀ ରେଞ୍ଜ୍ କାର୍ଯ୍ୟାଳୟରେ ରଖାଯାଇଛି। ଓଆର୍ କେସ୍ ନଂ ୧୩୮ରେ ୨୧/୧୧ ରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ୧୯୭୨ ଅନୁଯାୟୀ ଦଫା ୯, ୨୯ ଓ ୫୧ରେ ମାମଲା ରୁଜୁ କରି ରେଞ୍ଜର ଅବିନାଶ ବରିହା ଅଧିକ ତଦନ୍ତ କରୁଛନ୍ତି। ଖୁବଶ୍ରୀଘ୍ର ଟିକୁନୁ ମୁଣ୍ଡାକୁ ଗିରଫ କରାଯିବ ବୋଲି କହିଛନ୍ତି।
ଦୁର୍ଜନତଏଲା ଗ୍ରାମରେ ବନ ବିଭାଗର ଚଢ଼ଉ, ଝିଙ୍କ ମାଂସ ଏବଂ ମାରଣାସ୍ତ୍ର ଜବତ
/sambad/media/post_attachments/wp-content/uploads/2020/11/WhatsApp-Image-2020-11-21-at-22.09.40.jpeg)