ବିନିକା: ସୋମବାର ଏନଫୋର୍ସମେଣ୍ଟ ସ୍କ୍ବାଡ ପକ୍ଷରୁ ବିନିକା ପୌରାଞ୍ଚଳର ଦୋକନଗୁଡ଼ିକରେ ଚଢ଼ାଉ କରାଯାଇଥିଲା। ତମାଖୁ ଜାତୀୟ ଦ୍ରବ୍ୟ ବ୍ୟବହାର ଓ ବିକ୍ରୟ ନିଷେଧ ପାଇଁ ସ୍କ୍ବାଡ ପକ୍ଷରୁ ମୋଟ ୨୧ଟି ଦୋକାନ ଉପରେ ଚଢ଼ାଉ କରି ୧୪ଟି ଦୋକାନରୁ ୧୪୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।
ଏଥିରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ଡ୍ରଗ୍ସ ଇନ୍ସପେକ୍ଟର ଉମାଶଙ୍କର ମେହେର, ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ରାଜୀବ ପଧାନ, ଅବକାରୀ ଏଏସ୍ଆଇ କେଶବ ଧରୁଆ, ପୁଲିସ ଏଏସ୍ଆଇ ଶୁକଦେବ କିଶାନ, ଗୀତାଞ୍ଜଳି ମେହେର ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/bini.jpg)