ଆଧୁନିକ୍‌ ମେଟାଲିକ୍ସ ରେଳ ଧାରଣା ତାଡ଼ିଦେଲେ ଦୁର୍ବୃତ୍ତ, ପୋକ୍‌ଲିନ୍‌ ଜବତ

କୁଆରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ଚାର୍ଡି ହରିହରପୁରସ୍ଥିତ ଆଧୁନିକ ମେଟାଲିକ୍ସ କାରଖାନା (ଲିବର୍ଟି ହାଉସ୍‌)କୁ ସଂଯୋଗ କାଲୋସିହିରିଆ ନିକଟସ୍ଥ ରେଳ ସାଇଡିଂକୁ କୌଣସି ଦୁର୍ବୃତ୍ତ ତାଡ଼ି ନଷ୍ଟ କରି ଦେଇଛି। ସୋମବାର କୁଆରମୁଣ୍ଡା ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ଭାରତୀୟ ପିଙ୍ଗଳ କୋଡ ଧାରା ୪୪୭, ୪୨୭, ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ କରୁଛି। ରେଳ ଧାରଣା ତାଡିବା କାର୍ଯ୍ୟରେ ବ୍ୟବହୃତ ଏକ ପୋକଲିନ୍‌କୁ ଜବତ କରାଯାଇଛି। ଏହି ଗାଡ଼ି ୧୪୩ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲା। ଉକ୍ତ ପୋକଲିନ୍‌ଟି କୁଆରମୁଣ୍ଡା ଅଞ୍ଚଳର ଲାଲୁ ସିଂହଦେଓଙ୍କର ବୋଲି ଜଣାପଡ଼ିଛି। କାରଖାନାର ସୁରକ୍ଷାକର୍ମୀ ଅମିତ ସିଂ ଏହି ଘଟଣାରେ ଲାଲୁଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଛନ୍ତି। ଆଧୁନିକ୍‌ ମେଟାଲିକ୍‌ କାରଖାନା ରେଳ ଧାରଣା ତାଡ଼ି ଦେବା ଘଟଣାକୁ ସିଟୁ ପକ୍ଷରୁ ନିନ୍ଦା କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ସମ୍ବନ୍ଧିତ ଖବର