ଉଲୁଣ୍ଡା: ବସ୍‌ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ

ଉଲଣ୍ଡା: ସୁବର୍ଣ୍ଣପୁର ଉଲଣ୍ଡାଠାରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଉଛନ୍ତି ପୁଲେଶ୍ୱର ଗ୍ରାମର ଜିତେନ୍ଦ୍ର ଖୁରା, ବୟସ ୩୦ ବର୍ଷ। ସୁବର୍ଣ୍ଣପୁରରୁ ସମ୍ବଲପୁର ଯାଉଥିବା ଲେଟ୍ରା ଇଣ୍ଡିଆର ଏକ ବସ୍‌ ଗୁରୁବାର ପୂର୍ବାହ୍ନରେ ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଯୁବକ ଜଣକ ସୁବର୍ଣ୍ଣପୁରରୁ ସମ୍ବଲପୁରକୁ ଯାଇଥିବା କୁତମେଣ୍ଡା ରାସ୍ତାରେ ବାଇକ୍‌ରେ ଯାଉଥିବା ବେଳେ ବସ୍‌ଟି ସାମ୍ନା ପଟରୁ ଯୁବକଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି।

ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲେକେ ଜଳାପୋଡ଼ା କରି ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର