ବିଳମ୍ବିତ ରାତିରେ ଫିଲ୍ମଷ୍ଟାଇଲରେ ଡକାୟତି: ଡକାୟତଙ୍କ ଟେର ପାଉନାହିଁ ପୁଲିସ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଫିଲ୍ମ ଷ୍ଟାଇଲରେ ଡକାୟତି ହୋଇଥିବାର ଖବର ମିଳିଛି। ୩ ଲକ୍ଷ ୪୭ ହଜାର ୮ ଶହ ଟଙ୍କା ଡକାୟତି ସହ ଦୁଇଟି ମୋବାଇଲ ଲୁଟ କରି ୩ଟି ବାଇକରେ ୬ ଜଣ ଡକାୟତ ଆସି ଫେରାର ହୋଇଥିଲେ।
ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଲପାଲି ଛକ ନିକଟରେ ଗାଡ଼ି ମାଲିକ ସୁରେଶ ଠାକୁର ଓ ପିକଅପ୍ ଗାଡ଼ିର ଡ୍ରାଇଭର ଜୟପାଳ ମହାନନ୍ଦଙ୍କୁ ପ୍ରବଳ ମାଡ଼ ମାରିବା ସହିତ ହାତ, ଗୋଡ଼, ଦେହ ଓ ବେକକୁ ବ୍ଲେଡରେ ଆକ୍ରମଣ କରିଥିଵା ଜଣାପଡ଼ିଛି।

ଗାଡି ମାଲିକ ଓ ଡ୍ରାଇଭର ଗୁରୁତର ହୋଇ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏମାନେ ପିକଅପ୍ (ଓଡି୧୪ଏମ-୪୧୧୪) ଗାଡ଼ିରେ ଗଞ୍ଜାମ ଜିଲ୍ଲା ଆସିକା ଶେରଗଡ଼ରୁ ଫ୍ୟାନସି ସାମଗ୍ରୀ ଦୋକାନୀମାନଙ୍କୁ ଦେଇ ସାରିବା ପରେ ୩ ଲକ୍ଷ ୪୫ ହଜାର ଟଙ୍କା ଗାଡ଼ିରେ ଥିଲା ବେଳେ ଗାଡି ମାଲିକ ଶ୍ରୀ ଠାକୁରଙ୍କ ହାତରେ ୨୮୦୦ ଟଙ୍କା ଥିଲା । ଆସିକାରୁ ସେ ବରଗଡ଼ ଫେରୁଥିଲେ। ବରଗଡ଼ର ବିକାଶ ଲାଟ ଫ୍ୟାନ୍ସି ସାମଗ୍ରୀ ମାଲିକ ବୋଲି ଶ୍ରୀ ଠାକୁର ପ୍ରକାଶ କରିଛନ୍ତି।ବିନିକା ଥାନା ବିଶାଲପାଲି ଛକ ନିକଟରେ ଗାଡ଼ି ମାଲିକ ସୁରେଶ ଠାକୁର ଓ ପିକଅପ୍ ଗାଡ଼ିର ଡ୍ରାଇଭର ଜୟପାଳ ମହାନନ୍ଦଙ୍କୁ ପ୍ରବଳ ମାଡ଼ ମାରିବା ସହିତ ହାତ, ଗୋଡ଼, ଦେହ ଓ ବେକକୁ ବ୍ଲେଡରେ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଧରି ଫେରାର ମାରିଥିଲେ।

ସେହି ରାସ୍ତା ବିନିକା ଜଣେ ଭଦ୍ରବ୍ୟକ୍ତି ସେହି ସମୟରେ ଫେରୁଥିଲେ। ସେ ଆମ୍ଵୁଲାନ୍ସକୁ ଫୋନ କରିବାରୁ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଉଭୟଙ୍କ ଚେତା ଆସିଲା ପରେ ଗାଡ଼ିମାଲିକ ଶ୍ରୀ ଠାକୁର ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ରାତିରେ ଖବରପାଇ ଵିନିକା ଥାନା ଆଇଆଇସି ପଵିତ୍ର ସାହୁ ଓ ପୁଲିସ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୀର୍ଘ ଘଣ୍ଟା ଵିତି ଯାଇଥିଲେ ମଧ୍ୟ ପୁଲିସ ଡକାୟତଙ୍କ ଟେର ପାଇନାହିଁ।

ସମ୍ବନ୍ଧିତ ଖବର