ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ଗ୍ରାମ ପଞ୍ଚାୟତର କୁମର ସିଂହା ଗ୍ରାମର କପିଳ ମହାକୁରଙ୍କ(୪୨) ମେଣ୍ଢା ଗୁହାଳରେ ସୋମବାର ବିଳମ୍ବିତ ରାତିରେ ଏକ ଅଜଣା ହିଂସ୍ର ଜନ୍ତୁ ଆକ୍ରମଣରେ୨୫ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ୨୦ଟି ମେଣ୍ଢା ଗୁରୁତର ଆହତ ହୋଇଥିବା ସୂଚନା ରହିଛି।

Advertisment

ଏହି ମେଣ୍ଢା ଚାଷରେ ହିଁ କପିଳ ମହାକୁରଙ୍କ ପରିବାର ପୋଷା ହୁଅନ୍ତି। ଏପରି ଅଚାନକ ତାଙ୍କ ଗୁହାଳରେ ୨୫ଟି ମେଣ୍ଢା ମରି ପଡ଼ିଥିବା ଦେଖି ତାଙ୍କ ମୁଣ୍ଢରେ ଚଡ଼କ ପଡ଼ିଛି। କିପରି ପରିବାରର ପେଟ ପୋଷିବେ ଏ ନେଇ ଚିନ୍ତାରେ କପିଳ।

publive-image

ଗତକାଲି ରାତିରୁ ଏହି ଅଘଟଣ ଘଟିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସରକାରୀ କର୍ମୀଙ୍କର ଦେଖାସାକ୍ଷାତ୍‌ ନାହିଁ। ବନ ବିଭାଗ କମର୍ଚାରୀ, ପ୍ରାଣୀ ଚିକିତ୍ସା ବିଭାଗ କିମ୍ବା କୌଣସି ପ୍ରଶାସନ ଅଧିକାରୀ ତାଙ୍କୁ ଭେଟିନାହାନ୍ତି ବୋଲି ସେ କହିଛନ୍ତି। ସରକାର ତାଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।