ସୋନପୁରରେ ଶୀତଳଷଷ୍ଠୀର ଆଦ୍ୟପର୍ବ ଆରମ୍ଭ

ସୋନପୁର: ସୋନପୁରରେ ଶୀତଳଷଷ୍ଠୀର ଆଦ୍ୟପର୍ବ ଆରମ୍ଭ ହୋଇଛି।  ଜିଲ୍ଲା କୋଷାଗାରରୁ ୧୦୮ଭରି ସୁବର୍ଣ୍ଣ ନିର୍ମିତ ଚନ୍ଦ୍ରଶେଖର ବାବା ବାହାରିଛନ୍ତି।

ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ବାହାରି ଥାନ୍ତି ଚନ୍ଦ୍ରଶେଖର ବାବା। ମହଣ ମହଣ ରୁପାରେ ନିର୍ମିତ ବିମାନରେ ବାବାଙ୍କୁ ଉପବେଶନ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ଚନ୍ଦ୍ରଶେଖର ମନ୍ଦିରକୁ ନିଆ ଯାଇଥିଲା। ଆଜି ସଂଧ୍ୟାରେ ରୀତି ନୀତି ଅନୁଯାୟୀ ଦେବ ନିମନ୍ତ୍ରଣ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର