ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ମଙ୍ଗଳବାର ରାତିରେ ପ୍ରଶାନ୍ତ ଦାସ (୩୨) ନାମକ ଜଣେ ପାନ ଦୋକାନୀଙ୍କୁ ଛୁରି ଭୁସି ଦୃର୍ବୃତ୍ତମାନେ ଲୁଟ୍ କରିଛନ୍ତି। ହେଲେ ଏନେଇ ଥାନାରେ ଏ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି। ମୁଖ୍ୟ ରାସ୍ତା କଡ଼ ବିଜୁପଟ୍ଟନାୟକ ଷ୍ଟଲରେ ପ୍ରଶାନ୍ତ ପାନ ଦୋକାନ କରିଛନ୍ତି। ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ସେ ଦୁଇଟି ବ୍ୟାଗରେ ଜିନିଷ ଧରି ଘରକୁ ଫେରୁଥିଲେ। ଏହି ସମୟରେ ଦୋକାନ ପଛପଟେ ଥିବା ଟାଉନହଲ ସମ୍ମୁଖରେ କିଛି ଦୃର୍ବୃତ୍ତ ତାଙ୍କୁ ଅଚାନକ ବାଡ଼ିରେ ପିଟିଥିଲେ। ସେଠାରୁ ସେ ଦୌଡ଼ି ପଳାଉଥିବା ବେଳେ ନୀଳକଣ୍ଠ ନଗର ପର୍ଯ୍ୟନ୍ତ ଗୋଡ଼ାଇ ପିଟିବା ସହ ପେଟରେ ଛୁରି ଭୁସି ବ୍ୟାଗ ଲୁଟି ଫେରାର୍ ହୋଇ ଯାଇଥିଲେ। ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିବା ସହ ଛୁରି, ବାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପ୍ରଶାନ୍ତ ପିନ୍ଧିଥିବା ସ୍ୱେଟର ଘଟଣାସ୍ଥଳରେ ରକ୍ତାକ୍ତ ହୋଇ ପଡ଼ିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରି ନାହିଁ।
ଦୋକାନୀଙ୍କୁ ଛୁରି ଭୁସି ଲୁଟ୍
/sambad/media/post_attachments/wp-content/uploads/2018/01/murder-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)