ବିଦ୍ୟୁତ୍ ତାର ଚୋରି ବେଳେ ୬ ଦୁର୍ବୃତ୍ତଙ୍କୁ ମାଡ଼ି ବସିଲେ ବିଦ୍ୟୁତ୍ କର୍ମଚାରୀ

ବିନିକା: ବିଦ୍ୟୁତ୍ ତାର ଚୋରି ବେଳେ ମାଡ଼ି ବସିଲା ବିଦ୍ୟୁତ୍ ବିଭାଗ। ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ସହ,୨ ବୋଲେରୋ ଗାଡ଼ି ଓ ୬ ଜଣ ଦୁର୍ବୃତ୍ତଙ୍କୁ କାବୁ କଲା ବିଦ୍ୟୁତ ବିଭାଗ। ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜାମପାଲି ବିଦ୍ୟୁତ୍ ଗ୍ରୀଡ ନିକଟରୁ କଦଳୀପାଲି ଗାଁ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ୧୧ କେଭି ବିଦ୍ୟୁତ୍ ତାରକୁ ଅନ୍ଧାର ରାତିର ସୁଯୋଗ ନେଇ ଚୋରି କରୁଥିଲେ ଦୁର୍ବୃତ୍ତ। ହେଲେ ବିଦ୍ୟୁତ୍ ବିଭାଗ ପାଟ୍ରୋଲଙ୍ଗି କରୁଥିବା ସମୟରେ ବିଦ୍ୟୁତ ତାରକୁ ଦୁର୍ବୃତ୍ତମାନେ କାଟି ଚୋରି କରୁଥିବା ଖବର ପାଇ ବିଦ୍ୟୁତ୍ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ୬ ଜଣ ଦୁର୍ବୃତ୍ତଙ୍କୁ ଘଟଣାସ୍ଥଳରୁ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରି ବିନିକା ପୁଲିସର ଜିମା ଦେଇଥିଲେ।

ଘଟଣାସ୍ଥଳରୁ ପୁଲିସ୍ ପହଞ୍ଚି ଲକ୍ଷାଧିକ ଟଙ୍କାର ପ୍ରାୟ ୬ ଟନ ୧୧ କେଭି ବିଦ୍ୟୁତ୍ ତାର, କଟର ମେସିନ, ଦୁଇଟି ନିଶୁଣି,ବୋଲେରୋ ପିକଅଫ୍ ଗାଡ଼ି (ଓଡି୧୫ଭି-୦୨୦୭) ଏବଂ ବୋଲେରୋ(ଓଡି୧୫ବି-୫୩୫୬) ଗାଡ଼ିକୁ ଜବତ କରିବା ସହିତ ୬ ଜଣ ଦୁର୍ବୃତ୍ତଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରୁଛି ପୁଲିସ । ପୁଲିସ ବୋଲେରୋ ଗାଡ଼ିରୁ ଗୋଟିଏ  ବନ୍ଧୁକ ସହ  ଜୀବନ୍ତ ଗୁଳି ଏବଂ ଦୁଇଟି ଛୁରି ମଧ୍ୟ ପୁଲିସ ଜବତ କରିଥିବା ଜଣାପଡ଼ିଛି। ଧରାପଡ଼ିଥିବା ଦୁର୍ବୃତ୍ତମାନେ ହେଲେ ସମ୍ବଲପୁରର ସର୍ଫରାଜ ଖାନ (୩୬), ରାଧାକାନ୍ତ ପାଇକା (୨୬), ମାନସ ବେସନ (୨୫), କବି ମୁଣ୍ଡା (୩୨), ହେମନ୍ତ ସୁନା (୨୫) ଏବଂ ଜଗଦିଶ ରୋହିଦାସ (୨୫)। ଗତ କିଛିମାସ ହେଲା ବିନିକା ଥାନା ବିଶାଲପାଲି, ବଲାରଙ୍ଗା, ସିନ୍ଦୁରପୁ ଅଞ୍ଚଳରୁ ମଧ୍ୟ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଚୋରିକରି ଫେରାର ମାରିଥିଲେ ଦୁର୍ବୃତ୍ତ।

ସମ୍ବନ୍ଧିତ ଖବର