ଲୁଟ୍‌ ଅଭିଯୋଗରେ ଯୁବକ ଗିରଫ

ସୋନପୁର : ଏକ ଲୁଟ୍‌ ଅଭିଯୋଗରେ ସୋନପୁର ପୁଲିସ ହେମନ୍ତ ବାଘଙ୍କୁ ଗିରଫ କରିଛି। ପଦରପଡ଼ା ଗାଁର ଶଙ୍କର ସେଠୀ ପଞ୍ଚମହଲା ଗାଁରୁ ଏକ ଗାଈ ଧରି ଅସୁଥିବା ବେଳେ ତେଲ ନଦୀ ବ୍ରିଜରେ ସୋନପୁର କଳିଙ୍ଗନଗରର ହେମନ୍ତ ତାଙ୍କୁ ଅଟକାଇ ତାଙ୍କ ମୋବାଇଲ ଓ ୫ଶହ ଟଙ୍କା ଛଡ଼ାଇ ନେଇଥିଲା। ଶଙ୍କର ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ଅଭିଯୁକ୍ତ ହେମନ୍ତକୁ ଗିରଫ କରିବା ସହ ତା’ ନିକଟରୁ ଲୁଟ୍‌ ମୋବାଇଲ ଏବଂ ୫ ଶହ ଟଙ୍କା ଜବତ କରିଛି। ଗୁରୁବାର ହେମନ୍ତକୁ କୋର୍ଟ ଚାଲାଣ କରିଛି। ଏସଆଇ ସରୋଜ ପାଣିଗ୍ରାହୀ ଏହାର କରୁଛନ୍ତି।

ସମ୍ବନ୍ଧିତ ଖବର