ସୋନପୁର: ଫନି କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢ଼ାଇଛି ସୁବର୍ଣ୍ଣପୁର ଜିଲ୍ଲା ପୁଲିସ। ଜିଲ୍ଲା ପୁଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨ ଲକ୍ଷ ୫୧ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ ପାଣିଗ୍ରାହୀ, ଡିଏସପି ମନୋରଞ୍ଜନ ପ୍ରଧାନ, ଡିଏସପି ସୟଦ ମୁଜିବୁର ରହମାନ, ଡିଏସପି ହେମସାଗର ନନ୍ଦ, ଡିଏସପି ଅନ୍ଥୋନି ତିର୍କି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୃତ୍ୟୁ ବରଣ କରିଥିବା ଗୃହରକ୍ଷୀ ଅଭିରାମ ବେହେରାଙ୍କ ପତ୍ନୀ ସନ୍ତୋଷିନୀଙ୍କୁ ୭୪ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।
ସୁବର୍ଣ୍ଣପୁର ଜିଲ୍ଲା ପୁଲିସର ସହାୟତା
/sambad/media/post_attachments/wp-content/uploads/2019/05/sonepur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)