ସୋନପୁର: ୨ ବାଇକ୍ ଆରୋହୀ ମୃତ

ସୋନପୁର: ସୋନପୁର- ବଲାଙ୍ଗୀର ଜାତୀୟ ରାଜପଥର ସୋନପୁର ଥାନା ଅନ୍ତର୍ଗତ ବଡ଼ଝିଙ୍କି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍ମା ହୋଇଥିଲା। ଫଳରେ ବାଇକରେ ଥିବା ବୌଦ୍ଧ ଜିଲ୍ଳା ମନମୁଣ୍ଡା ଥାନା ଅନ୍ତର୍ଗତ ଫଗୁଣାମାଳ ଗ୍ରାମର ରଞ୍ଜିତ ମଲ୍ଳିକ (୩୦) ଓ ପରମେଶ୍ବର ବଘାର(୨୫)ଙ୍କ ମୃତ୍ୟୁ ଘଟିଛି।
ଶୁକ୍ରବାର ସଂଧ୍ୟା ୬ଟାରେ ରଞ୍ଜିତ ଓ ପରମେଶ୍ବର ଏକ ବାଇକ (ଓଡି-୩୧-ଡି-୮୯୧୪)ରେ ବଲାଙ୍ଗୀର ପଟରୁ ଘରକୁ ଫେରୁଥିବା ବେଳେ ସୋନପୁର -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବଡଝିଙ୍କି ସ୍ଥିତ ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋନପୁର ପଟରୁ ବଲାଙ୍ଗୀରକୁ ଯାଉଥିବା ଏକ ଲୁହା ବୋଝେଇ ଟ୍ରକ (ଓଆର-୧୪-ଡବ୍ଲୁ-୭୨୯୩) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ କିଛି ବାଟ ଯାଇ ଟ୍ରକ ରଖି ଡ୍ରାଇଭର ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର