ଲଛିପୁର: ସୋନପୁର ବ୍ଲକ ଲଛିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ସ୍କୁଲର ୫ଟି ଶ୍ରେଣୀରେ ପ୍ରାୟ ଦେଢ଼ଶହ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ମାତ୍ର ଛାତ ଆଜବେଷ୍ଟର୍ସ ଭାଙ୍ଗି ଯାଇଥିବାରୁ ବର୍ଷା ହେଲେ ପାଣି ଗଳୁଛି। ଫଳରେ ପାଠପଢା ବାଧାପ୍ରାପ୍ତ ହେଉଛି। ମରାମତି ଅଭାବରୁ ଶ୍ରେଣୀ କୋଠରୀ ଗୁଡିକର କାନ୍ଥ ସାରା ବି ଫାଟ ସୃଷ୍ଟି ହୋଇଛି। ୧୨୦ ବର୍ଷ ପୁରୁଣା ଏହି ବିଦ୍ୟାଳୟର ଜରାଜୀର୍ଣ୍ଣ ଗୃହ ଭୁଶୁଡ଼ି ପଡ଼ିବା ଭୟ ରହୁଛି। ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ଏଠାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ସ୍କୁଲ ଘର ଅବସ୍ଥା ପ୍ରତି କେହି ଧ୍ୟାନ ଦେଉନଥିବା ଓ ବାରମ୍ବାର ଅଭିଯୋଗ କଲେ ବି ପ୍ରଶାସନ ଏ ଦିଗରେ କିଛି ପଦକ୍ଷେପ ନେଉ ନଥିବା ଲୋକମାନେ ଅଭିଯୋଗ କରିଛନ୍ତି।
ଦଦରା ଘରେ ପାଠ ପଢୁଛନ୍ତି ଶତାଧିକ ଛାତ୍ରଛାତ୍ରୀ :ଆପତ୍ତି ଶୁଣୁନି ଜିଲ୍ଲା ପ୍ରଶାସନ
/sambad/media/post_attachments/wp-content/uploads/2018/07/sone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)