ସୁବର୍ଣ୍ଣପୁର: ପୋଷ୍ଟ୍‍ମ୍ୟାନ୍‌ଙ୍କୁ ହତ୍ୟା କଲେ ଅଜ୍ଞାତ ଦୁର୍ବୃତ୍ତ

ସୁବର୍ଣ୍ଣପୁର: ବୁଧବାର ପ୍ରତ୍ୟୁଷରେ ସୋନପୁର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ଜଣେ ପୋଷ୍ଟମ୍ୟାନ୍‌ଙ୍କୁ କେହି ଅଜ୍ଞାତ ଆତତାୟୀ ହତ୍ୟା କରିଛି।

ଦୈନିକ ପାହାନ୍ତା ୩ଟା ସମୟରେ ୪୫ ବର୍ଷିୟ ଡାକବାଲା ଶତୃଘ୍ନ ଷଣ୍ଢ କଳାପଥର-ପତରା ଜଙ୍ଗଲ ମଧ୍ୟରେ ଥିବା ଚେକ୍‌ ଡ୍ୟାମ୍‌କୁ ଗାଧୋଇ ଯାଆନ୍ତି। ସବୁଦିନ ପରି ଆଜି ମଧ୍ୟ ସେ ଗାଧୋଇ ଯାଇଥିଲେ, କିନ୍ତୁ ଫେରିବା ବିଳମ୍ବ ହେବାରୁ ତାଙ୍କ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ଶେଷକୁ ସେମାନେ ଡ୍ୟାମ୍‌ ପାଖ ଜଙ୍ଗଲରେ ତାଙ୍କର କ୍ଷତବିକ୍ଷତ ଶବ ଦେଖିଥିଲେ। ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବାର ତାଙ୍କର ଅନ୍ତଃବୁଜୁଳା ବହାରି ପଡ଼ିଛି ଓ କ୍ଷତସ୍ଥାନଗୁଡ଼ିକରୁ ରକ୍ତ ବୋହି ଆସିଛି।

ପରେ ଶବକୁ ପେଟ୍ରୋ ଢାଳି ପୋଡ଼ି ଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ଖବର ପାଇ ସୋନପୁର ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ପାଇ ସୋନପୁର ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର