ସୋନପୁର/ବିନିକା: ଫସଲ କ୍ଷତିପୂରଣ ଟଙ୍କା ଆତ୍ମସାତ ଘଟଣାରେ ବିନିକା ତହସିଲ ଅନ୍ତର୍ଗତ େମଘଲା ଆର୍ଆଇ େପ୍ରମାଞ୍ଜଳି ଦଣ୍ଡସେନାଙ୍କୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ବୁଧବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ତେବେ କ୍ଷତିପୂରଣରୁ ବଞ୍ଚିତ ଚାଷୀ ପୁଣି କ୍ଷତିପୂରଣ ବାବଦର ପ୍ରାପ୍ୟ ପାଇବେ କି ନାହିଁ ସେନେଇ ଦ୍ବନ୍ଦ୍ବରେ ଅଛନ୍ତି ।
େମଘଲା ରାଜସ୍ବ ସର୍କଲରେ ଗତ ରବି ଋତୁରେ କରକାପାତ ଯୋଗୁଁ ୧୩ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଗ୍ରାମର ଚାଷୀଙ୍କୁ ଫସଲ କ୍ଷତି ପୂରଣ ଟଙ୍କା ପ୍ରଦାନ ପାଇଁ ପ୍ରାୟ ୮୦ ଲକ୍ଷ ୫୫ ହଜାର ଟଙ୍କା ମେଘଲା ରାଜସ୍ବ କାର୍ଯ୍ୟାଳୟକୁ ଯାଇଥିଲା। କିନ୍ତୁ ପ୍ରକୃତ ଚାଷୀଙ୍କୁ ଏହି ଟଙ୍କା ପ୍ରଦାନ ନକରି ସମ୍ପୃକ୍ତ ଆର୍ଆଇ ଅନ୍ୟମାନଙ୍କ ନାମରେ ଏହି ଟଙ୍କା େପୖଠ କରି ଲକ୍ଷାଧିକ ଟଙ୍କା ଅତ୍ମସାତ କରିଥିବା ନେଇ ଚାଷୀ ଅଭିଯୋଗ କରିବା ସହିତ ଗତ େସପ୍ଟେମ୍ବର ୨୭ ତାରିଖରେ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଅମାମୁଣ୍ଡା ଗ୍ରାମର କିଛି ଚାଷୀ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲା ପରେ ସମ୍ପୃକ୍ତ ଆର୍ଆଇଙ୍କ ଏହି କଳା କାରନାମା ଧରାପଡ଼ିଥିଲା। ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି ରିେପାର୍ଟ ଦେବା ପାଇଁ ସୋନପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକଙ୍କୁ ନିେର୍ଦ୍ଦଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟ ତଦନ୍ତରେ ଅନିୟମିତତା ଧରା ପଡ଼ିଥିଲା। ଅମାମୁଣ୍ଡା ଗ୍ରାମର ଚାଷୀଙ୍କୁ ଫସଲ କ୍ଷତି ପୂରଣ ଟଙ୍କା ୧୯ ଲକ୍ଷ ୨୨ ହଜାର ୮୦୬ ଟଙ୍କା ପ୍ରଦାନ କରାଯାଇଥିବା ନେଇ ସମ୍ପୃକ୍ତ ଆର୍ଆଇ ଯେଉଁ ଚାଷୀମାନଙ୍କ ତାଲିକା ପ୍ରଦାନ କରିଥଲେ ସେଥିରୁ କେହି ଚାଷୀ ନଥିବା ଜଣାପଡ଼ିଥିଲା। ଉପଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ଜିଲ୍ଲାପାଳ ଆର୍ଆଇଙ୍କୁ ନିଲମ୍ବନ କରଥିଲେ।
ତେବେ େକବଳ ଆର୍ଆଇ ଏଥିରେ ଦୋଷୀ ନୁହନ୍ତି, ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଦାୟୀ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ତେବେ ସମ୍ପୃକ୍ତ ଆର୍ଆଇ ତ ନିଲମ୍ବନ େହଲେ ବର୍ତ୍ତମାନ ଚାଷୀ େସମାନଙ୍କର କ୍ଷତି ପୂରଣ ପାଇବେ କିପରି ତାହାକୁ ନେଇ ଏେବ ବିଭିନ୍ନ ପ୍ରଶ୍ନ ଉଠୁଛି। ଅନ୍ୟ ପକ୍ଷରେ ସମ୍ପୃକ୍ତ ଆର୍ଆଇ ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିେଯାଗରେ ତାଙ୍କୁ ପୂର୍ବରୁ ତହସିଲଦାର ମେଘଲାରୁ ସିଂଘିଯୁବା ରାଜସ୍ବ ସର୍କଲକୁ ବଦଳି କରିଥିଲେ। କିନ୍ତୁ ସେେତବେଳେ ସମ୍ପୃକ୍ତ ଆର୍ଆଇ ତତ୍କାଳୀନ ଜିଲ୍ଲାପାଳଙ୍କୁ ହାତ କରି ବଦଳି ବାତିଲ କରିବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି।
ନିଲମ୍ବିତ ଆର୍ଆଇଙ୍କ କଳାକାରନାମା :କ୍ଷତିପୂରଣରୁ ବଞ୍ଚିତ ହେଲେ ଚାଷୀ
ଆର୍ଆଇଙ୍କୁ ପୂର୍ବରୁ ବଦଳି କରିଥିଲେ ତହସିଲଦାର, ବାତିଲ କରିଥିଲେ ତତ୍କାଳୀନ ଜିଲ୍ଲାପାଳ
/sambad/media/post_attachments/wp-content/uploads/2018/10/sone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)