ତରଭା : ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ ବେହେରା ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ତରଭା ବ୍ଲକ୍ ଶିବତୁଲା ପଞ୍ଚାୟତ ଘାଟକଇଁନ୍ତରା ନିବାସୀ କାହ୍ନୁଚରଣ ଦାଶ (ଓକିଲ) ତାଙ୍କର ଅନ୍ତର୍ଡା ମୌଜାରେ ଥିବା କିଛି ଜମି ତୁଲୁଣ୍ଡା ନିବାସୀ ରବୀନ୍ଦ୍ର ମିଶ୍ରଙ୍କ ନିକଟରେ ବିକ୍ରି କରିଥିଲେ। ଏହାର ରେଜିଷ୍ଟ୍ରି କରିବାକୁ ତହସିଲଦାର ଶ୍ରୀ ବେହେରା କାହ୍ନୁଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ। ଫଳରେ କାହ୍ନୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ, ସୋମବାର ରାତି ୮ଟା ୧୫ରେ କାହ୍ନୁ ରସାୟନ ବୋଳା ୪୦ଟି ୫୦୦ ଟଙ୍କିଆ ନୋଟ ନେଇ ତହସିଲଦାରଙ୍କ ସରକାରୀ ବାସଭବନକୁ ଯାଇ ଦେଇଥିଲେ। ସଙ୍ଗେ ସଙ୍ଗେ ନିକଟରେ ଥିବା ଭିଜିଲାନ୍ସ ଟିମ ସେଠାରେ ପହଞ୍ଚି ଟଙ୍କା ଜବତ କରିବା ସହ ତହସିଲଦାର ଶ୍ରୀ ବେହେରାଙ୍କୁ ଗିରଫ କରି ସୋନପୁରକୁ ନେଇଥିଲେ। ଏହି ଚଢ଼ଉରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥି ସେଠୀ, ଇନ୍ସପେକ୍ଟର କରନିୟସ ବିଲୁଙ୍ଗ, ଇନ୍ସପେକ୍ଟର ମାନସୀ ଜେନା, ଇନ୍ସପେକ୍ଟର ସଦାନନ୍ଦ ପାଣି (ବଲାଙ୍ଗୀର), ଇନ୍ସପେକ୍ଟର ତୁଷାର ମହାପାତ୍ର (ସୋନପୁର), ଭିଜିଲାନ୍ସ ଷ୍ଟାଫ ଝସକେତନ ବାରିକ, ବିଷ୍ଣୁ ପ୍ରସାଦ ଜାଲ ଓ ନନ୍ଦକିଶୋର ବଗର୍ତ୍ତୀ ସାମିଲଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Tarabha.jpg)