ଯକ୍ଷ୍ମା: ୮ ବର୍ଷରେ ୨୪୦ ମୃତ

ସୋନପୁର: ଜିଲ୍ଲାରେ ବିଗତ ୮ ବର୍ଷ ମଧ୍ୟରେ ୩୬୮୩ ଜଣ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୪୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଯକ୍ଷ୍ମା ଆକ୍ରାନ୍ତଙ୍କ ମଧ୍ୟରେ ୨୦୧୩ରେ ୩ ଜଣ, ୨୦୧୪ରେ ୪ ଜଣ, ୨୦୧୫ରେ ଜଣେ, ୨୦୧୭ରେ ଜଣଙ୍କଠାରେ ଏଚଆଇଭି ପଜିଟିଭ ଚିହ୍ନଟ କରାଯାଇଛି। ବର୍ତ୍ତମାନ ଜିଲ୍ଲାରେ ସୋନପୁର ବ୍ଲକରେ ୩୬, ଡୁଙ୍ଗୁରିପାଲି ବ୍ଲକରେ ୫୫, ତରଭା ବ୍ଲକରେ ୨୫, ବୀରମହାରାଜପୁର ବ୍ଲକରେ ୨୯, ଉଲୁଣ୍ଡା ବ୍ଲକରେ ୩୧, ବିନିକା ବ୍ଲକରେ ୩୬ ଜଣ ଏହିପରି ଭାବରେ ମୋଟ ୨୧୨ ଜଣଙ୍କୁ ଚିକିତ୍ସା ପ୍ରଦାନ କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଉଛି। ଜିଲ୍ଲାରେ ୮ ବର୍ଷ ମଧ୍ୟରେ ୩୬୮୩ ଜଣଙ୍କଠାରେ ଯକ୍ଷ୍ମା ଚିହ୍ନଟ ହୋଇଥିବା ବେଳେ ୩୦୮୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨୪୦ ଜଣଙ୍କ ମୃତ୍ୟୁ ଘଟିଛି । ଯକ୍ଷ୍ମା ଦୂର ପାଇଁ ଜିଲ୍ଲାରେ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଏଡିପିଏଚଓ ଟିବି ଡା. ଜୀବନବହ୍ଲବ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର