ପୁଅଝିଅଙ୍କ ମଙ୍ଗଳ ମନାସି ମା ପାଳିଲେ ପୁଅଜିଉନ୍ତିଆ ବ୍ରତ, ସନ୍ତାନମାନଙ୍କୁ ଛୁଆଁଇଲେ ଦୁବ

ବୀରମହାରାଜପୁର: ଓଡ଼ିଶାରେ ବିଭିନ୍ନ ବ୍ରତ ଓ ଓଷା ପାଳନ କରାଯାଇଥାଏ। କିନ୍ତୁ ପଶ୍ଚିମ ଓଡ଼ିଶାରେ ପୁଅଝି ମାନଙ୍କ ମଙ୍ଗଳ କାମନା କରି ମାମାନେ ନିର୍ଜଳା ଉପବାସ କରି ପୁଅଜିଉନ୍ତିଆ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇଥାଏ। ମାମାନେ ଭୋର ସକାଳୁ ଉଠି ସ୍ନାନ ସାରି ପୁଅଜିଉନ୍ତିଆ ବ୍ରତର ସାମଗ୍ରୀ ଯୋଗାଡ଼ କରିଥାନ୍ତି। ସନ୍ଧ୍ୟା ସମୟରେ ଗାଁ ଦାଣ୍ଡରେ ଗୋବରରେ ଲିପା ପୋଛା କରି ଚାନ୍ଦୁଆ ଟାଣି ଏହି ପୁଅ ଜିଉନ୍ତିଆ ବା ଦ୍ବିତୀବାହନ ଓଷା ପାଳନ କରିଥାନ୍ତି। ମାମାନେ ନୂଆ ବସ୍ତ୍ର ପରିଧାନ କରି ୧୦୮ ଦୁବ ଓ ୧୦୮ ଅକ୍ଷତ ଚାଉଳକୁ ଶାଳପତ୍ରରେ ଅକ୍ଷତ ଭେଣ୍ଡି ଦେଇ ତା ଉପରେ ଜିଉନ୍ତିଆ ବାନ୍ଧି ଥାଆନ୍ତି। ୨୧ ପ୍ରକାରର ଫଳ ଏହି ବ୍ରତରେ ଦ୍ବିତୀବାହନଙ୍କୁ ଅର୍ପଣ କରିଥାନ୍ତି। ଏହା ସହିତ ବିଭିନ୍ନ ପ୍ରକାର ଫୁଲ ମଧ୍ୟ ଅର୍ପଣ କରିଥାନ୍ତି ଏଷାଇତିମାନେ।

ନିଜେ ମହିଳାମାନେ ପୂଜା କରିଥାନ୍ତି, ଯାହାକୁ କି କୁଠି ବୋଲି କୁହାଯାଇଥାଏ। ପୂଜା ପରେ ବ୍ରାହ୍ମଣଙ୍କୁ ଦ୍ୱାରା ପୁଉ ଜିଉନ୍ତିଆ କଥାଶୁଣି ଶେଷରେ ଆଳତି ଓ ପୁଷ୍ପାଳକ ଦେଇ ପୁଜା ଶେଷ କରିଥାନ୍ତି। ପର ଦିନ ଭୋର ସକାଳୁ ନଦି, ବନ୍ଦକୁ ଯାଇ କାଠି ଗାଡ଼ି ଚଣା ଗିଳି ମାମାନେ ଘରକୁ ଆସି ଜାଗର ଜାଳି ପୁଅ ଝିଅମାନଙ୍କୁ ତାଙ୍କର ମଙ୍ଗଳ ମନାସି ସେହି ୧୦୮ ଦୁବକୁ ମୁଣ୍ଡରେ ଛୁଆଁଇଥାନ୍ତି ଓ ସନ୍ତାନମାନଙ୍କୁ ନୂତନ ବସ୍ତ୍ର ଦେଇଥାନ୍ତି। ଏହାପରେ ମାମାନେ ପାଣି ଓ ଭୋଗ ପାଇଥାନ୍ତି। ଏହି ପୁଅ ଜିଉନ୍ତିଆ ଦିନ ପଶ୍ଚିମ ଓଡ଼ିଶାର ସମସ୍ତ ମାହେଶ୍ୱରୀ ପିଠରେ ମା ମାହେଶ୍ୱରୀ ଦେବୀମାନଙ୍କର ଦ୍ବାର ଫିଟା ଯାଇ ଛତି, ଛତ୍ର ବଇରଖ ଓ ଖଣ୍ଡା ଗାଁମାନଙ୍କରେ ଥିବା ବନ୍ଦ ବା ନଦୀରେ ସ୍ନାନ କରାଇ ଥାଆନ୍ତି। ଯାହାକୁ ଅନେକ ସ୍ଥାନରେ ଗଣ୍ଡାଧୁଆ ପର୍ବ ବୋଲି କହିଥାନ୍ତି। କିନ୍ତୁ ସ୍ଥମ୍ଵେଶ୍ବରୀ ସସ୍କୃତିରେ ଏହି ଦିନ ଠାରୁ ଷୋଳ ପୂଜା ଆରମ୍ଭ ହୋଇଥାଏ। ଆଶ୍ବିନ ମାସ ଶୁକ୍ଳପକ୍ଷ ଦୁର୍ଗାଷ୍ଟମୀ ବା ଭାଇ ଜିଉନ୍ତିଆ ଦିନ ମାଁ ମାହେଶ୍ୱରୀମାନେ ପଞ୍ଚ ବାଦ୍ୟ ସହ ବାଡ଼ିଖେଳ ସହ ମା ମାହେଶ୍ୱରୀ ମହିସ୍ନାନ ପାଇଁ ନଦୀ ଓ ବନ୍ଦକୁ ଯାଇଥାନ୍ତି। ଏଣୁ ପୁରୀ ଜିଉନ୍ତିଆ ଓ ଭାଇ ଜିଉନ୍ତିଆ ସହିତ ମାହେଶ୍ୱରୀ ସସ୍କୃତି ଓତଃପ୍ରୋତଭାବେ ଜଡ଼ିତ। ବୀରମହାରାଜପୁର ଅଞ୍ଚଳର ପ୍ରସିଦ୍ଧ ମାହେଶ୍ୱରୀ ପିଠ କାନପୁର, ହିଲୁଙ୍ଗ, ମେଣ୍ଡାମାଳ, ଦେଉଳ ମୁଣ୍ଡା, ବାଗବର,ସଣ୍ଢା, କମଳପୁର, କର୍ଡାପାଲ, ସୁବଳୟା ଆଦି ବିଭିନ୍ନ ସ୍ଥାନରେ ଷୋଳ ପୂଜା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର