ଦୁଇ ସିଆର୍‌ସିସି ଓ ୨ ଶିକ୍ଷକ ନିଲମ୍ବିତ, ୫ କର୍ମଚାରୀଙ୍କୁ କୈଫିୟତ ତଲବ

ସୋନପୁର: କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଜିଲ୍ଲା ଶିକ୍ଷା ବିଭାଗର ବୈଠକରେ ୧୦ ଜଣ କର୍ମଚାରୀଙ୍କ ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାଶରଥି ଶତପଥୀ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମା ଅନୁଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ତରଭା ବ୍ଲକ ସଂଗାରୀ କ୍ଲଷ୍ଟରର ସିଆରସିସି ସୁରେନ୍ଦ୍ର ସୁନା, ପୁଟୁକିପାଲି ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ବାଗ, ବିନିକା ବ୍ଲକ ନାଗପାଲି ପ୍ରାଥମିକ ସ୍କୁଲର ଶିକ୍ଷକ ବୀରେନ୍ଦ୍ର ପୂଜାହାରୀ ଓ ସେଲେଡି କ୍ଲଷ୍ଟରର ସିଆର୍‌ସିସି ଗଙ୍ଗାଧର ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା

ସହିତ ତରଭା ବିଇଓ କେଶବ ମେହେରଙ୍କ ବିରୋଧରେ ଡ୍ରାଫ୍ଟ ପ୍ରୋସିଡିଂ ଏବଂ ବିନିକା ବ୍ଲକ ଏବିଇଓ ବସନ୍ତ ଭୋଇଙ୍କୁ ନିଲମ୍ବନ ପାଇଁ ସୁପାରିସ କରିଛନ୍ତି। ସେହିପରି ସର୍ବଶିକ୍ଷା ଅଭିଯାନର ବାଳିକା ଶିକ୍ଷା ସଂଯୋଜକ ମାନସ ରଂଜନ ସେଠ, ପେଡ଼ାଗୋଜି ସଂଯୋଜକ ଅକ୍ଷୟ ସାହୁ, ଆର୍ଥିକ ପରାମର୍ଶଦାତା ସନ୍ତୋଷ ଜେନା, ପୁଟୁକିପାଲି ପ୍ରାଥମିକ ସ୍କୁଲର କନିଷ୍ଠ ଶିକ୍ଷକ ସତ୍ୟବ୍ରତ ଦାଶଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଡିପିସି ବେଣୁଧର ବେହେରା ଏହି ୪ ଜଣ କର୍ମଚାରୀଙ୍କ ସମେତ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅଶୋକ ରାଉତଙ୍କୁ କାହିଁକି ଚାକିରିରୁ ବରଖାସ୍ତ କରାଯିବ ନାହିଁ ସେ ନେଇ କୈଫୟତ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର