ସୁବର୍ଣ୍ଣପୁର: ଟ୍ରକ୍‌ ଚାପାରେ ୨ ବାଇକ ଆରେହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଡୁଙ୍ଗୁରିପାଲି: ନଳକୂପ ମରାମତି ପାଇଁ ଯାଉଥିବା ୨ ଜଣ ବାଇକ୍‌ ଆରୋହୀ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଛି।

ରିପୋର୍ଟ ଅନୁସାରେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାରସମାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ମାୟାବରା ପଞ୍ଚାୟତର ସାହାଜବାହାଲ ଗ୍ରାମର ସୁରେଶ ପ୍ରଧାନ (୪୪) ଏବଂ ଅଧିକାରୀ ଦୀପ (୪୦)ଙ୍କ ଉପରକୁ ଟ୍ରକ ଚଢ଼ି ଯାଇଥିଲା।

ସୁରେଶ ଓ ଅଧିକାରୀ ସ୍ଥାନୀୟ ଅଞ୍ଚଳରେ ମରାମତି କରିଥାନ୍ତି। ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଠାରୁ ବରଗଡ଼ ଜିଲ୍ଲାର ବରପାଲି ରାସ୍ତାରେ ସାହାଜବାହାଲ ଠାରେ ନଳକୂପ ମରାମତି କରି ସାରସମାଳ ଯାଉଥିବା ବେଳେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ମୁହାଁମୁହିଁ ଟ୍ରକ ଧକ୍କାରେ ଉଭୟ ବାଇକ ଆରାହୀଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର