ସୁବର୍ଣ୍ଣପୁର : ସାପକାମୁଡାରେ ୨ ନାବାଳିକା ମୃତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ବିଶଧର ସାପ କାମୁଡାରେ ଦୁଇ ଭଉଣୀଙ୍କ ପ୍ରାଣ ଯାଇଛି ।

ପଞ୍ଚମହଲା ଗାଁର ଗୋପାଲ ଜଗଦଲାଙ୍କ ଦୁଇ ଝିଅ ୯ ବର୍ଷୀୟ ଅର୍ଚ୍ଚିତା ଜଗଦଲା ଏବଂ ସାନ ଝିଅ ୧୨ ବର୍ଷୀୟ ନିକିତା ଜଗଦଲାଙ୍କ ଚିକିତ୍ସାଧିନ ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଗତ କାଲି ଦୁଇ ଭଉଣୀ ବାପା ମାଙ୍କ ସହିତ ଗୋଟିଏ ଘରେ ଶୋଇଥିଲେ ।

ବିଳମ୍ବିତ ରାତିରେ ଗୋଟିଏ ବିଷଧର ସାପ ଅର୍ଚ୍ଚିତାଙ୍କ କାନରେ ଏବଂ ନିକିତାଙ୍କ ଗୋଡରେ କାମୁଡି ଦେଇଥିଲା ।ପରିବାର ଲୋକେ ସାପ କାମୁଡିଥିବାର ଜାଣିପାରିବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଏଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗୋଟିଏ ଦିନରେ ଗୋଟିଏ ପରିବାର ଦୁଇ ଦୁଇ ଜଣ ସଦସ୍ୟଙ୍କ ସାପ କାମୁଡାରେ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି । ସୋନପୁର ପୋଲିସ ଦୁଇ ଭଉଣୀଙ୍କ ଶବ ଜବତ କରିବା ସହିତ  ବ୍ୟବଚ୍ଛେଦ କରିଛି ।

ସମ୍ବନ୍ଧିତ ଖବର