ସୁବର୍ଣ୍ଣପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପ୍ରାଣୀ ଚିକିତ୍ସକ। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରାଙ୍କ ବିରୋଧରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ବଡ଼ଖମାର ଗ୍ରାମର ଲକ୍ଷ୍ମଣ ମହାକୁଡ଼ ଏକ ଗୁହାଳ ପାଇଁ ଆବେଦନ କରିଥିଲେ। ଏହାର ଯାଞ୍ଚ କରି ତାହାର ପ୍ରମାଣପତ୍ର ଦେବା ପାଇଁ ଅଭିଯୁକ୍ତ ପ୍ରାଣୀ ଚିକିତ୍ସକ ଶ୍ରୀ ବେହେରା ଲକ୍ଷ୍ମଣ ମହାକୁଡ଼ଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାର୍ଯ୍ୟାଳୟ ପରିସରରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏହି ଚଢ଼ଉରେ ଡିଏସପି କାଦମ୍ବିନୀ ସାମଲ, ଡିଏସପି ଦାଶରଥି ସେଠୀ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/1216d1e9-bbda-4879-8f24-97fa22951d5c.jpg)