ବୀରମହାରାଜପୁର: ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦେଉଳି ମହାନଦୀ ଘାଟରେ ଥିବା ବନ୍ୟା ସୁରକ୍ଷା ମାଟି କାନ୍ଥ ଧୋଇଯାଇଛି। ମହାନଦୀରେ ପାଣି ଆସିବା ଫଳରେ ମୁହାଣ ନାଳ ପାଣି ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା ୪୦ ଫୁଟର ଗାତ ସୃଷ୍ଟି ହୋଇଛି। ସେହିପରି ମହାନଦୀର ଅନ୍ୟ ଜାଗାରେ ମଧ୍ୟ ମାଟିକାନ୍ଥ ପଥର ଧୋଇଯାଇଛି।
ମହାନଦୀରେ ପାଣି ଆସିଲେ ଖମ୍ବେଶ୍ୱରୀପାଲି ଠାରୁ ଏହି ମୁହାଣ ନାଳ ବାହାରି ବୁରୋଘାଟ ନୂଆଁପାଲି ଦେଇ ଦେଉଳି ଘାଟରେ ପୁଣି ମହାନଦୀରେ ମିଶିଥାଏ। ଫଳରେ ବନ୍ୟା ସମୟରେ ଏହି ତିନି ଗାଁ ଏକ ଦ୍ୱୀପରେ ପରିଣତ ହୁଏ। ପାଣି ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା ନକରି ମାଟିକାନ୍ଥ ଦିଆଯିବା ସରକାରୀ ଅର୍ଥର ଦୁରୁପଯୋଗ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମହାନଦୀରେ ବନ୍ୟା ନ ହୋଇ ଏପରି ସମସ୍ୟା ସୃଷ୍ଟି ହେଉଥିବାରୁ ବନ୍ୟା ସମୟରେ ସ୍ଥିତି ଗମ୍ଭୀର ହୋଇ ପଡ଼ିବ ବୋଲି ମତ ପ୍ରକାଶ ପାଉଛି। ପ୍ରଶାସନ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।
ଧୋଇଯାଇଛି ମହାନଦୀ ବନ୍ୟା ସୁରକ୍ଷା ମାଟି କାନ୍ଥ
/sambad/media/post_attachments/wp-content/uploads/2018/08/sonepur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)