ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ ଅଭାବନୀୟ ଘଟଣା। ଗଛରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଏଯାଏ ମୃତା ମହିଳାଙ୍କ ପରିଚୟ ମିଳିନାହିଁ ।
ବିନିକା ଥାନା ଅରିଗାଁ, ମହାନଦୀ ଘାଟ ପାଖରେ ଥିବା ପଳାସ ଗଛର ଛୋଟ ଡାଳରେ ଓଢଣୀ ଲଗାଇ ଜଣେ ମହିଳା ଝୁଲୁଥିବା ଦେଖିବାକୁ ମିଳିଛି। ମହିଳାଙ୍କର ପରିଚୟ ଅବଶ୍ୟ ମିଳିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଭୋରରୁ ଲୋକେ ଏ ଦୃଶ୍ୟ ଦେଖିବା ପରେ ବିନିକା ପୁଲିସକୁ ଖବର ଦେଇଥିଲେ। ବିନିକା ପୁଲିସକୁ ଖବର ଦେବାର ଦୀର୍ଘ ଘଣ୍ଟା ବିତିଥିଲେ ମଧ୍ୟ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାହିଁ। ଘଟଣାସ୍ଥଳରେ ଜନଗହଳି ଲାଗି ରହିଛି।
ବିନିକା ଥାନା ସିନ୍ଦୁରପୁର ଅଞ୍ଚଳରେ ଚୋରା଼ ମଦ, ଜୁଆ ଓ ଦେହ ବ୍ୟବସାୟ ଥାନା କର୍ମଚାରୀଙ୍କ ଜାଣତରେ ଚାଲିଥିବା ଆଲୋଚନା ହେଉଛି। କିଛି ମାସ ଆଗରୁ କଦଳୀପାଲି ମୌଜାରେ ଆତ୍ମହତ୍ୟା କରିଥିବା ଲୋକର ପରିଚୟ ପୁଲିସ ପାଇବାରେ ବିଫଳ ହୋଇଥିଲା। ଏହି ମହିଳାଙ୍କ ପରିଚୟ ପାଇବା ପୁଲିସ ସଫଳ ହେଉଛି କି ନାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/aa51e900-dd86-4016-b2c3-fc0d982134b3.jpeg)