ବିନିକା/ମହାଦେବପାଲି: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣି ଗ୍ରାମର ଜଣେ ମହିଳା ନିଜ ଝିଅଘର ବିଲକୁ କାମ କରିବାକୁ ଯାଉଥିବାବେଳେ ବିଲହିଡ଼ ଉପରୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରବିବାର ଲଛିପୁର ଥାନା ରେଙ୍ଗାଲି ଗ୍ରାମସ୍ଥିତ ତାଙ୍କ ଝିଅର ବିଲକୁ କାମ କରିବାକୁ ଯାଉଥିବା ବାଉଁଶୁଣି ଗ୍ରାମର ରଇବାରୀ ବରିହା (୪୫) ବିଲହିଡ଼ରୁ ପଡ଼ି ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ବିଲ ଭିତରୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କ ସ୍ବାମୀ କୃଷ୍ଣ ବରିହା ବିନିକା ଥାନା ମହାଦେବପାଲି ଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ବିନିକା ଥାନାରେ ୧୮/୨୦୨୩ରେ ଏକ ଅପମୃତ ମାମଲା ରୁଜୁ ହୋଇଛି। ପରେ ସୋନପୁର ଡାକ୍ତରଖାନାରୁ ମୃତଦେହକୁ ଜବତ କରି ସୋନପୁରଠାରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ମହାଦେବପାଲି ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/binika-ps-Dailyhunt.jpg)