ବିନିକାରେ ୫୦ ହଜାର ଟଙ୍କାରୁ ଅଧିକ କାଠ ଜବତ: ଗାଡ଼ିଚାଳକ ଓ ସହଯୋଗୀ ଅଟକ

ବିନିକା: ବିନିକା ବନ ବିଭାଗର ବଡ଼ ସଫଳତା। ବନ ବିଭାଗର ପକ୍ଷରୁ ୫୦ ହଜାର ଟଙ୍କାରୁ ଅଧିକ ରେଙ୍ଗାଲ( ଶାଳ) ସିଲପଟ ସହ ଗାଡ଼ି ଜବତ କରାଯାଇଛି। ଏହାଛଡ଼ା ଏହି ମାମଲାରେ ଜଣେ ଗାଡ଼ିଚାଳକ ଓ ସହଯୋଗୀ ଅଟକ ରହିଛନ୍ତି।
ଶନିବାର ରାତ୍ରରେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ବିନିକା ବନ ବିଭାଗ ରେଞ୍ଜର ଡମ୍ବରୁଧର ପଧାନଙ୍କ ନେତୃତ୍ବରେ ବନବିଭାଗ ବିନିକା ପଟ ମହାନଦୀ ରାସ୍ତା ବିନିକା ବ୍ଳକଠାରେ ଲୁଚି ରହିଥିଲେ। ଉଲୁଣ୍ଡା ପଟରୁ ମହାନଦୀ ପୋଲଦେଇ ଏକ ପିକଅପ ଗାଡ଼ି(ଓଡି ୧୭ଜି ୭୭୭୨)ରେ ରେଙ୍ଗାଲ (ଶାଳ) ବଡ ୨୩ ଖଣ୍ଡ ସିଲପଟ ବୋଝେଇ ହୋଇ ଉଲୁଣ୍ଡା ପଟରୁ ବରଗଡ ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା। ବନବିଭାଗ କର୍ମଚାରୀମାନେ ବିନିକା ପଟ ମହାନଦୀ ରାସ୍ତା ବ୍ଳକ ଛକଠାରେ ଗାଡି ଅଟକାଇ ତଦନ୍ତ କରିବା ପରେ ଗାଡ଼ିରେ ସାଲ ସିଲପଟଥିଵା ଜାଣି ଗାଡ଼ି ସହ ଡ଼୍ରାଇଭର ଓ ସହଯୋଗୀଙ୍କୁ ଅଟକ ରଖିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ରେଙ୍ଗାଲ ସିଲପଟ ଜବତ କରିବା ସହ ବରଗଡ଼ ଜିଲ୍ଲା ଭେଡେନ ଥାନା ଝରପାଲିର ବାସିନ୍ଦା ଡ୍ରାଇଭର ରାଜୀବ ମହାନନ୍ଦ(୨୧) ଓ ବିନିକା ଥାନା ସିନ୍ଦୂରପୁର ଗ୍ରାମ କଲାକାହ୍ନୁଙ୍କୁ ଅଟକ ରଖିଛି ବନବିଭାଗ। ଜବତ ହୋଇଥିବା ସିଲପଟ ଆନୁମିନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ବିନିକା ରେଞ୍ଜର ଶ୍ରୀ ପଧାନ ପ୍ରକାଶ କରିଛନ୍ତି।  ଏନେଇ ବିନିକା ରେଞ୍ଚରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବିନିକା ବନପାଳ ଦନାର୍ଦ୍ଦନ ସ୍ବାଇଁ ଦାୟିତ୍ବ ନେଇଛନ୍ତି। ଏହି ଚଡ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ରାମପୁର ବନପାଳ ପଦ୍ମଲୋଚନ ଭୋଇ, ବନବିଭାଗ ସ୍ବାଡ – ସୁରେନ୍ଦ୍ର ସାହୁ, ସାନ ନାଏକ, ନୀଳାମ୍ବର କର୍ଣ୍ଣ,
ପ୍ରେମାନନ୍ଦ ଖେତି, କର୍ଣ୍ଣ ଝାଙ୍କର, ସମ୍ପଦ ଲଵଣି, ଶ୍ରଵଣ ହୋତା, କବି ଝାଙ୍କର, ସୁଜିତ ମେହେର, ବୃନ୍ଦାବନ ସା, ବେଲାଲ ବାଘ ପ୍ରମୁଖଙ୍କ ସମେତ ସମସ୍ତ ବିନିକା ରେଞ୍ଜ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର