ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିକଟସ୍ଥ ଚେରୁପାଲି ଅଙ୍ଗନଦୀ ବ୍ରିଜରେ ଏକ ଅଜଣା ଗାଡ଼ି ଧକ୍କାରେ ଅଗ୍ନି ଭୋଇ(୨୧) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତ ଅଗ୍ନିଙ୍କ ବଡ଼ଭାଇ ଅଶ୍ୱିନୀ ଭୋଇ ଡୁଙ୍ଗୁରିପାଲି ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଓ ତାଙ୍କ ଭାଇ ଅଗ୍ନି ଭଉଣୀ ଘର ବାଲିଟିକ୍ରାରୁ (ଓଆର୍‌ ୧୭- ୭୭୨୪) ବାଇକ ଯୋଗେ ଫେରୁଥିଲେ। ଅଗ୍ନି ତାଙ୍କ ମୋବାଇଲ ଫୋନ୍‌ ବାଲିଟିକ୍ରାରେ ଛାଡ଼ି ଆସିଥିବାରୁ ଅଶ୍ୱିନୀଙ୍କୁ ଚେରୁପାଲିରେ ଓହ୍ଲାଇ ବାଲିଟିକ୍ରାକୁ ଫେରିଥିଲେ। କିନ୍ତୁ ଅଙ୍ଗନଦୀ ବ୍ରିଜରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଖବର ପାଇ ଅଶ୍ୱିନୀ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର