ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ, ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ବ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ରାସ୍ତାଘାଟ ନିର୍ମାଣ, ଜଳଛାୟା ପ୍ରକଳ୍ପ, ପାନୀୟ ଜଳ ଯୋଗାଣ, ବନ ବିଭାଗ, ସାମାଜିକ ସୁରକ୍ଷା, ସମାଜ ମଙ୍ଗଳ ବିଭାଗ, ଶିକ୍ଷା, ଖାଦ୍ୟ ଯୋଗାଣ, ଜଳସେଚନ, ବୃହତ ଜଳ‌ସେଚନ, ମତ୍ସ୍ୟ, ବୟନ ଶିଳ୍ପ, ପ୍ରାଣୀ ଚିକିତ୍ସା, ଗ୍ରାମୀଣ ଆବାସ ଆଦି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।

ବିଭିନ୍ନ ବିଭାଗକୁ ଆସୁଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ବୈଠକରେ ଗୁରୁତ୍ବ ପ୍ରକାଶ ପାଇଥିଲା।  ଖଲିଆପାଲିରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଜିଲ୍ଲା ପରିଷଦ ସଭ୍ୟ ଜୟନାରାୟଣ ନେଗୀ ପ୍ରସ୍ତାବ ଦେଇଥିଲେ। ସେହିପରି ଜିଲ୍ଲାରେ ଥିବା ସାର ବିକ୍ରେତାଙ୍କୁ ତଦାରଖ କରିବା ପାଇଁ ବୈଠକରେ ସଭ୍ୟମାନେ ମତ ପ୍ରକାଶ କରିଥିଲେ। ଏହି ବୈଠକରେ ପିଡି ଡିଆର୍‌ଡିଏ ଡୋଳାମଣି ପଟେଲ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ  ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜିଲ୍ଲାପାଳ ମନିଷା ବାନାର୍ଜୀ, ବିନିକା ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ନନ୍ଦ, ଡୁଙ୍ଗୁରିପାଲି ବ୍ଲକ୍‌ ଅଧ୍ୟକ୍ଷ ମକରଧ୍ବଜ ସାହୁ, ସୋନପୁର ବ୍ଲକ୍‌ ଅଧ୍ୟକ୍ଷ ମନ୍ଦାକିନୀ ନାଗ, ଉଲୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷା ମିତାଲି ମହାକୁର, ତରଭା ବ୍ଲକ ଅଧ୍ୟକ୍ଷା ସସ୍ମିତା ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରୁଦ୍ରକିଶୋର ମହଲା, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ପଣ୍ଡା, ସରୋଜ କମ୍ପ, ପ୍ରବୀଣ ନାଗ, ପୂର୍ଣ୍ଣଚନ୍ଦ୍ର ବିଶି, ଜୟନାରାୟଣ ନେଗୀ, ସଭ୍ୟା ରୋହିଣୀ ଡାଙ୍ଗ, ଗାୟତ୍ରୀ ପାଣିଗ୍ରାହୀ, ସୌଦାମିନୀ ଜାଲ, ସଂଯୁକ୍ତା ଭୋଇ, ସଭ୍ୟା ପୂର୍ଣ୍ଣିମା ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର