ତରଭା: ବିଦ୍ୟୁତ ଆଘାତରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବଶଙ୍କରପଡାରେ ଘଟିଛି ଏକ ଅଭାବନୀୟ ଘଟଣା । ପୁରୁଣା ଘର ଭାଙ୍ଗିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। । ମୃତ ଯୁବକ ଜଣକ ହେଲେ ତରଭା ମାଳିପଡାର ଯତନ ସେଠୀ ।

Advertisment

ସୂଚନା ଅନୁସାରେ, ତରଭା ସହରର ଶିବଶଙ୍କରପଡାରେ ଜଣେ ବ୍ୟକ୍ତିଙ୍କ ଘର ମରାମତି କାମ କରିବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ଜୀବନ ଚାଲିଗଲା। ଯତନ ଶାବଳ ମାରୁଥିବା ବେଳେ ଘର ଉପରେ ଯାଇଥିବା ୧୧ କେଭି ତାର ତାଙ୍କ ଦେହରେ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ସେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବିଦ୍ୟୁତ ବିଭାଗର ବେପାରୁଆ ପରିଚାଳନା ପାଇଁ ଏକ ମୂଲ୍ୟବାନ ଜୀବନ ଚାଲି ଯାଇଥିବା ଅଭିଯୋଗ ହେଉଛି।