ସଂସଦର ବାର୍ଷିକ ଉତ୍ସବରେ ରାଜନେତାଙ୍କୁ ବିରୋଧ କରି ଛାତ୍ରନେତାଙ୍କ ଆତ୍ମହୂତୀ ଉଦ୍ୟମ

ନିଶିନ୍ତକୋଇଲି: ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟରେ ସୋମବାର ଛାତ୍ର ସଂସଦର ବାର୍ଷିକ ଉତ୍ସବ ପାଳନ ସମୟରେ ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ମହାବିଦ୍ୟାଳୟ ଛାତ୍ର ସଂସଦ ଉତ୍ସବରେ ରାଜନେତା ଯୋଗେ ଦେବାକୁ ବିରୋଧ କରି ଛାତ୍ର ସଂସଦର ସହ-ସଂପାଦକ ଆତ୍ମହୂତୀ ଉଦ୍ୟମ କରିଥିଲେ। ପୁଲିସ ସଙ୍ଗେସଙ୍ଗେ ତାଙ୍କୁ କାବୁ କରି ଗିରଫ କରି ନେଇଥିଲା।

ସୂଚନାଯୋଗ୍ୟ, ରାଜନେତା ଯୋଗ ଦେଲେ ଆମେ ଆତ୍ମହୂତୀ କରିବୁ ବୋଲି ଛାତ୍ର ସଂସଦର ସଭାପତି ଓ ଉପ- ସଭାପତି ଲିଖିତ ଭାବେ ଜଣାଇଥିଲେ। ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଚାଲିଥିଲା। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ତଥା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ତଥା ଆଇନ ମନ୍ତ୍ରୀ ଯୋଗ ଦେଇ ବକ୍ତବ୍ୟ ଦେଉଥିବା ସମୟରେ ମହାବିଦ୍ୟାଳୟର ଗେଟ ନିକଟରେ କିରୋସିନ୍‌ ଢ଼ାଳି ଛାତ୍ର ସଂସଦର ସହ- ସଂପାଦକ ଅତ୍ୟୁତାନନ୍ଦ ଲେଙ୍କା ଆତ୍ମହୂତୀ ଉଦ୍ୟମ କରିଥିଲେ । ଏହି ସମୟରେ ପୁଲିସ ତାଙ୍କୁ କାବୁ କରି ନେଇଥିଲା।

ସମ୍ବନ୍ଧିତ ଖବର