ହାତୀ ପିଠିରେ କଟକ ବୁଲିଥିଲେ ସୁଭାଷ

କଟକ: କଂଗ୍ରେସ ନେତୃବୃନ୍ଦଙ୍କ ସହିତ ମତଭେଦ ହେବା ପରେ ସୁଭାଷ କଂଗ୍ରେସ ଛାଡ଼ିଥିଲେ। ସୁଭାଷ ଫରଵାର୍ଡ ବ୍ଲକ୍‌ ନାମକ ଏକ ଦଳ ଗଢ଼ିଲେ। ଏହି ଦଳରେ ସାମିଲ ହୋଇଥିବା ଛାତ୍ର ଗୋଷ୍ଠୀ କଟକରେ ଏକ ଯୁବ ସମ୍ମିଳନୀ ଆୟୋଜନ କଲେ। ଏଥିରେ ସୁଭାଷଙ୍କୁ ନିମନ୍ତ୍ରଣ କରାଗଲା। ସୁଭାଷ କଟକରେ ପହଞ୍ଚିବା ପରେ ଉତ୍କଳ କଂଗ୍ରେସ ସଭାପତି ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କୁ ଏକ ଭିନ୍ନ ଢଙ୍ଗରେ ସମ୍ବର୍ଦ୍ଧନା ଜଣାଇଲେ। ସେ ସୁଭାଷଙ୍କୁ ହାତୀ ପିଠିରେ ବସାଇ କଟକ ସହର ପରିକ୍ରମା କରାଇଥିଲେ।

ଶେଷରେ ସମ୍ମିଳନୀରେ ଯୋଗ ଦେଇ ସୁଭାଷ କହିଥିଲେ ଯେ ‘କଂଗ୍ରେସ ବୁଝୁ କି ନ ବୁଝୁ ବିଶ୍ବଯୁଦ୍ଧ ଆଗତ ପ୍ରାୟ। ତେଣୁ ସ୍ବାଧୀନତା ହାସଲ ପାଇଁ ସବୁଠାରୁ ସୁବିଧା ଦିନ ଆସିଗଲା। ବର୍ତ୍ତମାନ ସମସ୍ତ ଯୁବ ସମ୍ପ୍ରଦାୟକୁ ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ।’

ସମ୍ବନ୍ଧିତ ଖବର