ଦକ୍ଷତା ବିକାଶର ମନ୍ତ୍ର ବୁଣିଲେ ବାଗଚୀ

୯ମାସର କ୍ଷତିକୁ ଭରଣା କରିବାକୁ ପଡିବ: ବାଗଚୀ

ଜୟପୁର: ଅବିଭକ୍ତ କୋରାପୁଟ କାହିଁକି କରୋନା ହେତୁ ସାରା ରାଜ୍ୟରେ ଦକ୍ଷତା ବିକାଶ ସାଧନ କରୁଥିବା ପାଠ୍ୟକ୍ରମରେ ଗଭୀର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ବ୍ୟତିକ୍ରମକୁ ବିଧାତାଠାରୁ ଛଢାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ। ଆଜି ସ୍ଥାନୀୟ ପଲିଟେକନିକ୍ ସଭାଗୃହରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ୪ ଜିଲ୍ଲାର ଶିକ୍ଷାଧିକାରୀ, ୪ ଜିଲ୍ଲା ଆଇଟିଆଇର ଅଧ୍ୟକ୍ଷ, ୪ ଜିଲ୍ଲାର ପଲିଟେକନିକ୍ ଅଧ୍ୟକ୍ଷ, ୪ ଜିଲ୍ଲା ଡିଆଇସି, ୪ ଜିଲ୍ଲାର ଜିଲ୍ଲା ନିୟୋଜନ ଅଧିକାରୀଙ୍କୁ ଦକ୍ଷତା ବିକାଶର ଗୁରୁମନ୍ତ୍ର ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ବୈଷୟିକ ଶିକ୍ଷାକୁ କିପରି ପୁଣିଥରେ ପୁନଃରୁଦ୍ଧାର କରି ବାଟକୁ ଅଣାଯାଇପାରିବ ସେନେଇ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ବୈଷିୟକ ଶିକ୍ଷା ନିର୍ଦ୍ଦେଶକ ରେଘୁ ଜିଙ୍କ ଉପସ୍ଥିତିରେ ବୈଷୟିକ ଶିକ୍ଷା ସମ୍ପର୍କରେ ଆଲୋଚନା କରାଯାଇଛି। ମୁଖ୍ୟତଃ ୧୨ଟି ଏଜେଣ୍ଡାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା।

ଦକ୍ଷତା ବିକାଶକୁ ନେଇ ଶିକ୍ଷାନୁଷ୍ଠାନ ଗୁଡିକର ରୋଡମ୍ୟାପ୍, କୋଭିଡ-୧୯ରେ ଆଟିଆଇ ଓ ପଲିଟେକନିକ୍ ଶିକ୍ଷାନୁଷ୍ଠାନ ଗୁଡିକର ବାର୍ଷିକ କାର୍ଯ୍ୟପନ୍ଥା, ୨୦୨୦-୨୧ ଶିକ୍ଷାବର୍ଷର ଆଡମିଶନ ପକ୍ରିୟା, କୋଭିଡ-୧୯ ସମୟରେ ଛାତ୍ରଛାତ୍ରୀଙ୍କର ସ୍ବାସ୍ଥ୍ୟବସ୍ଥା ତଦାରଖ, ଆଇଟିଆଇ ଗୁଡିକର ଆଗାମୀ କାର୍ଯ୍ୟପନ୍ଥା, କର୍ମନିୟୋଜନ, ସଙ୍କଳ୍ପ କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ଶିକ୍ଷାନୁଷ୍ଠାର ମୁଖ୍ୟ, ଜିଲ୍ଲା ଶିକ୍ଷାଅଧିକାରୀ ଓ ଜିଲ୍ଲା କର୍ମନିୟୋଜନ ଅଧିକାରୀ ଚାକିରି ସୁଯୋଗ ସମ୍ବର୍କରେ ମତ ରଖିଥିଲେ। ସ୍ବତନ୍ତ୍ର ବିମାନରେ ଆଜି କୋରାପୁଟ ଜିଲ୍ଲା ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ରଣ୍ଡାପାଲିସ୍ଥିତ କୋରାପୁଟ ପଲିଟେକନିକରେ ପହଞ୍ଚିଥିଲେ। ଏହି ଦିନିକିଆ ଗସ୍ତରେ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ବୈଷୟିକ ଶିକ୍ଷାନୁଷ୍ଠାନର ମୁଖ୍ୟ, ଡିଆଇସି ଓ କର୍ମନିୟୋଜନ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଗତ ୯ ମାସ ଧରି କୋରାନା ଶିକ୍ଷାଦାନରୁ ବଞ୍ଚିତ କରିଥିଲା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ବ୍ଲୁପ୍ରିଣ୍ଟକୁ ଅଧାର କରି କିପରି ବୈଷିୟକ ଶିକ୍ଷାକୁ ଭିତ୍ତି କରି ଏହି ୪ ଜିଲ୍ଲାରେ କର୍ମନିୟୋଜନ ବୃଦ୍ଧି କରିହେବ ସେ ପ୍ରାଧାନ୍ୟ ଦେଇଥିଲେ। କୋରାପଟ ପଲିଟେକନିକର ଅଧ୍ୟକ୍ଷ ଅଶିତ ଆଚାର୍ଯ୍ୟ, ଆମ୍ବାଗୁଡା ଆଇଟିଆ ଶିଶିର କୁମାର ଦଳେଇଙ୍କ ସହ ୧୧ଟି ଆଇଟିଆଇର ଅଧ୍ୟକ୍ଷ ଓ ପଲିଟେକନିକର ଅଧ୍ୟକ୍ଷ ରହି ତଥ୍ୟ ଉପସ୍ତାପନ କରିଥିଲେ। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ କହିଛନ୍ତି ଯେ କରୋନା ହେତୁ ବୈଷିୟକ ଶିକ୍ଷା ନାହିଁ ନ ଥିବା କ୍ଷତିଗ୍ରସ୍ତ ହୋଇଛି। ବୈଷୟିକ ଶିକ୍ଷାରେ ପ୍ରାକ୍ଟିକାଲ ଗୁରୁତ୍ବ ରଖୁଥିବାରୁ ନଷ୍ଟ ହୋଇଥିବା ୯ମାସକୁ କିପରି ପୁଣି ଥରେ ବିଧାତାଠାରୁ ଅଣାଯାଇପାରିବ ସେନେଇ ୪ ଜିଲ୍ଲାର ଶିକ୍ଷାଧିକାରୀ, ୪ ଜିଲ୍ଲା ଆଇଟିଆଇର ଅଧ୍ୟକ୍ଷ, ୪ ଜିଲ୍ଲାର ପଲିଟେକନିକ୍ ଅଧ୍ୟକ୍ଷ, ୪ ଜିଲ୍ଲା ଡିଆଇସି, ୪ ଜିଲ୍ଲାର ଜିଲ୍ଲା ନିୟୋଜନ ଅଧିକାରୀଙ୍କ ସହ ଆଲୋଚନ କରିଛନ୍ତି।

ଏପରିସ୍ଥିତିରେ ବୈଷୟିକ ଶିକ୍ଷାନୁଷ୍ଠାନରେ ୯୦ ପ୍ରତିଶତ ଆଡମିଶନ କାର୍ଯ୍ୟ ସାଧିତ ହୋଇଛି। ଏହି ବୈଠକରେ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ପାଇଁ ବୃହତ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏନେଇ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ କହିଛନ୍ତି ଯେ ବୈଷୟିକ ଶିକ୍ଷା ସହ ଅନ୍ୟ ଶିକ୍ଷାକୁ କିପରି ସମନ୍ବୟ କରାଯିବ ସେନେଇ ଆଲୋଚନା ହୋଇଥିଲା। କୋରାପୁଟ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରୁ ଆସିଥିବା ଅଧିକାରୀମାନେ କିପରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ତାହା ଦର୍ଶାଇଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର