ବାଦାମପାହାଡ଼: ଗାଁକୁ ରାସ୍ତା ନିର୍ମାଣ ଦାବିରେ ଏସ୍ୟୁସିଆଇ ପକ୍ଷରୁ ବାଦାମପାହାଡ଼ ରେଞ୍ଜ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯଶିପୁରର ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଅନୁସାରେ, କୁସୁମୀ ବ୍ଲକ ଅନ୍ତର୍ଗତ ଭାଉପାହାଡ଼ି-ସୋଲାକୁଦର ଗ୍ରାମକୁ କୌଣସି ସ୍ଥାୟୀ ରାସ୍ତାଟିଏ ନାହିଁ। ଫଳରେ ଦୀର୍ଘ ଦିନ ହେଲା ଗ୍ରାମବାସୀ ଦୁର୍ଦଶା ଭୋଗୁଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଗାଁକୁ ଦମକଳ, ଆମ୍ବୁଲାନ୍ସ ଯାଇ ପାରୁନାହିଁ। ରୋଗୀ ନେବାଆଣିବା ପାଇଁ ଗାଁଲୋକେ ହଇରାଣ ହେଉଛନ୍ତି। ବିଭିନ୍ନ ସମୟରେ ରାସ୍ତା ନିର୍ମାଣ ପାଇଁ ଆଇଟିଡିଏ ପକ୍ଷରୁ ଅର୍ଥ ମଞ୍ଜୁର ହେଉଥିବା ବେଳେ ବନ ବିଭାଗ ଏଥିରେ ବାଧକ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବିକ୍ଷୋଭ ଶେଷରେ ରେଞ୍ଜ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବନବିଭାଗ ଏନେଇ ଅନୁମତି ଦେବାକୁ ଗ୍ରାମବାସୀମାନେ ଦାବି କରିଥିଲେ। ଶ୍ରୀନାଏକଙ୍କ ନେତୃତ୍ୱରେ ଶତାଧିକ ମହିଳା, ପୁରୁଷ ଏଥିରେ ସାମିଲ ହୋଇଥିଲେ। ଶେଷରେ ରେଞ୍ଜ ଅଧିକାରୀ ଜବାହରଲାଲ ସଏଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ରାସ୍ତା ନିର୍ମାଣ ଦାବି:ଏସ୍ୟୁସିଆଇ ପକ୍ଷରୁ ବିକ୍ଷୋଭ
/sambad/media/post_attachments/wp-content/uploads/2017/10/mayur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)