ବିଦ୍ୟୁତ୍ ଶୁଳକ ବୃଦ୍ଧି ପ୍ରତିବାଦରେ ଏସ୍ୟୁସିଆଇର ବିକ୍ଷୋଭ

ଖୋର୍ଦ୍ଧା: ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ୍ ଶୁଲ୍କ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧୀ ବୋଲି ଖୋର୍ଦ୍ଧା ଜିଲ୍ଲା ଏସ୍ୟୁସିଆଇ ଶାଖା ଅଭିଯୋଗ କରିଛି । ଆଜି ଏନେଇ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଆଜି ଅପରାହ୍ଣରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଏସ୍ୟୁସିଆଇ ଲୋକାଲ୍ କମିଟିର ସଭାପତି ଅଶୋକ ସାହୁ ଅଧ୍ୟକ୍ଷତା କରିଥିଲେ । ବିଦ୍ୟୁତ୍ ଦେୟ ବୃଦ୍ଧି ବିଦ୍ୟୁତ୍ ସେବାର ଘରୋଇକରଣର ପ୍ରଥମ ସୋପାନ ଓ ଏହାଦ୍ୱାରା ଆଗକୁ ଉପଭୋକ୍ତା

ଆହୁରି ସମସ୍ୟାର ସମ୍ମୁଖିନ ହେବେ ବୋଲି ନିଜ ବକ୍ତବ୍ୟରେ ଆଶଙ୍କା ପ୍ରକାଶ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ରନେତା ଜୟନ୍ତ ମହାନ୍ତି, ଅବିନାଶ ପ୍ରଧାନ, ଶ୍ରୀକାନ୍ତ ନାୟକ, ସଂଘମିତ୍ରା ମହାପାତ୍ର, ଲୋକନାଥ ରାଉଳ, ମନୋଜ ଭୂୟାଁ, ଦିନେଶ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର