ଭୁବନେଶ୍ୱର: ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି ମୟୂରଭଂଜ ଜିଲ୍ଲାର ବାଙ୍ଗିରୀପୋଷି ବିଧାନସଭା ଆସନରେ ପୁଣି ବିଜୟ ଧ୍ୱଜା ଉଡ଼ାଇଛନ୍ତି। ଚଳିତ ନିର୍ବାଚନରେ ସୁଦାମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସୁକୁଦା ମୁର୍ମୁଙ୍କୁ ୧୧ ହଜାର ୮୯୧ ଭୋଟ୍ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି ସୁଦାମ।
ସେପଟେ ବୃହତ ଭୋଟ୍ ବ୍ୟବଧାନରେ ବିଭିନ୍ନ ଆସନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି। ବିଶେଷ କରି ପୁରୁଣା ସିପାହୀଙ୍କ ଉପରେ ଯେଉଁ ଭରସା ରଖି ଟିକେଟ୍ ଦେଇଥିଲେ ନବୀନ ତାକୁ ବାସ୍ତବରେ ସଫଳ କରାଇଛନ୍ତି ପୁରୁଣା ସିପାହୀ। ଯାହାକି ବିଜେଡି ଶିବିରରେ ଉତ୍ସାହ ଭରି ଦେଇଛି।
ବାଙ୍ଗୀରିପୋଷିରୁ ଜିତିଲେ ସୁଦାମ ମାରାଣ୍ଡି
/sambad/media/post_attachments/wp-content/uploads/2019/05/Bangiriposhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)