ଭଞ୍ଜନଗର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି।  ଦୀପାବଳି ଦିନ ଦୀପ ଜାଳି ଚର୍ତୁଦିଗ ଆଲୋକିତ କରାଯାଇଥାଏ। ପ୍ରତିବର୍ଷ ହର୍ଷ ଉଲ୍ଲାସର ସହ ଏହି ଦିନଟିକୁ ସମସ୍ତେ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ନା ଲୋକଙ୍କ ମନରେ ଅଛି ଉତ୍ସାହ ନା ଉଦ୍ଦିପନା। ମହାମାରୀ କରୋନା ପାଇଁ ସବୁ ପର୍ବ ପର୍ବାଣୀ ଯେଭଳି ଫିକା ପଡିଯାଇଛି ଦୀପାବଳି ପର୍ବ ମଧ୍ୟ ସେଥିରେ ଯୋଡି ହେବ ବୋଲି ସ୍ପଷ୍ଟ ଜଣାପଡିଗଲାଣି।

Advertisment

ବିନା ଆତସବାଜି ଓ ବିନା ଜନସମାଗମରେ ସବୁଜ ଦୀପାବଳି ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଆହ୍ବାନ କରିଛି। ତେଣୁ ଲୋକମାନେ ଘରକୁ ସୁନ୍ଦର ଭାବେ ସଜାଇ ଦୀପ ଜାଳି ଏଥର ଦୀପାବଳି ପାଳନ କରିବା ନେଇ ମନସ୍ଥ କଲେଣି। ଲୋକଙ୍କ ଆବଶ୍ୟକତାକୁ ଦେଖି ବ୍ୟବସାୟୀମାନେଣ ମଧ୍ୟ ଏହି ମଉକାକୁ ହାତ ଛଡା ନକରି ଭଲ ଦିପଇଶା ରୋଜଗାର କରିବା ପାଇଁ ତତ୍ପର ହୋଇ ଉଠିଛନ୍ତି। କିନ୍ତୁ ଦୀପାବଳିରେ ପ୍ରମୁଖ ଆବଶ୍ୟକ ପଡୁଥିବା ମାଟି ଦୀପ ବ୍ୟବସାୟୀମାନଙ୍କୁ ଆଶାତୀତ ବ୍ୟବସାୟ ହୋଇ ନଥିବା ଦେଖିବାକୁ ମିଳିଛି। କରୋନା କଟକଣା ପାଇଁ ଦୀର୍ଘ ୮ ମାସ ଧରି ହାତ ବାନ୍ଧି ବସିଥିବା ମାଟି ଦୀପ ବ୍ୟବସାୟ କରୁଥିବା କୁମ୍ଭାର ପରିବାରମାନେ ଏହି ଦୀପାବଳିରେ ଭଲ ରୋଜଗାର କରିବେ ବୋଲି ଆଶା ବାନ୍ଧିଥିଲେ।
ଏନେଇ ଦୀର୍ଘଦିନ ଲାଗି ମାଟିରେ ଦୀପାଳି ସହ ବହୁ ମାଟି ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ଦେଇଥିଲେ। କିନ୍ତୁ ଆଶ ମୁତାବକ ବ୍ୟବସାୟ ହେ୍ଉ ନଥିବାରୁ ଦୁଃଖରେ ଜୀବନ କାଟୁଥିବା ପ୍ରକାଶ କରିଛନ୍ତି।

publive-image

ପାରମ୍ପରିକ କୌଳିକ ବୃତ୍ତିକୁ ଜା‌ବୁଡି ଧରି ପରିବାର ପ୍ରତିପୋଷଣ କରୁଥିବା ପ୍ରତିଟି କୁମ୍ଭାର ପରିବାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା କରୋନା କଟକଣା। କଟକଣା କୋୁହଳ ପରେ ଜୀବନ ଜୀବିକାକୁ ନେଇ ସେମାନେି ପୁଣି ସଂଘ‌ର୍ଷ ଆରମ୍ଭ କରିଛନ୍ତି। କିନ୍ତୁ ଲୋକମାନେ ମାଟି ଦୀପ ପ୍ରତି ପୂର୍ବ ଭଳି ଆଗ୍ରହ ପ୍ରକାଶ କରୁ ନଥିବା ଯୋଗୁ ତାହ ସେମାନଙ୍କ ବ୍ୟବସାୟକୁ ବିଶେଷ ମାତ୍ରାରେ ପ୍ରଭାବିତ କରିଛି।

ସାମାନ୍ୟ କିଛି ରୋଜଗାର ପାଇଁ ମାଟି ସାମଗ୍ରୀ ବିକ୍ରି କରି ଚଳୁଥିବା କୁମ୍ଭାର ପରିବାର ଦିନରାତି ଅହରହ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। ଏଭଳି ଜଣେ ବ୍ୟବସାୟୀ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ସୁଦାମ ବେହେରା(୫୧)। ସେ ପିଲାଟି ଦିନରୁ ବାପା ହରି ବେହେରାଙ୍କ ଠାରୁ ଏହି ମାଟିରେ ଦୀପ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବା ଶିକ୍ଷା କରିଥିବା ବେଳେ କରୋନା ଭଳି ପରିସ୍ଥିତିର କେବେ ସାମ୍ନା କରି ନଥିବା ପ୍ରକାଶ କରିଛନ୍ତି।

ଦୀର୍ଘ ଦିନ ଧରି ବ୍ୟବସାୟ ବନ୍ଦ ଯୋଗୁ ବହୁ କଷ୍ଟେମଷ୍ଟେ ପରିବାର ଚଳାଇ ଆଣିଥିଲେ। ସୁଦାମଙ୍କ ୨ ଟି ପୁଅ ଏବଂ ଗୋଟିଏ ଝିଅ । ଲକ୍‌ଡାଉନ ହଟିବା ପରେ କିଛି ବ୍ୟବସାୟ ହେବ ବୋଲି ଆଶା ରଖିଥିଲେ କିନ୍ତୁ ତାହା ମଧ୍ୟ ହେଲାନାହିଁ। ଏବେ କାର୍ତ୍ତିକ ମାସରେ ପ୍ରତିଦିନ ଲୋକମାନେ ଦୀପ ଜାଳିବା ସହ ଦୀପାବଳିରେ ଦୀପର ଚାହିଦା ଅଧିକ ରହୁଥିବାରୁ ସେହି ଆଶାରେ ଦୀର୍ଘ ଏକ ମାସ ଧରି ବିଭିନ୍ନ ଡିଜାଇନ୍‌ର ଦୀପ ତିଆରି କରିବା ସହ ମାଟି ରୁଖା, ଦୀପଦାନି, କୁମ୍ପି, ସରେଇ ଆଦି ତିଆରି କରିଛନ୍ତି। ସେହି ସବୁ ସାମଗ୍ରୀକୁ ଭାର ଓ ଝୁଡିରେ ରଖି ଭଞ୍ଜନଗର ଓ ବେଲଗୁଣ୍ଠା ଅଞ୍ଚଳରେ ବୁଲି ବୁଲି ବିକ୍ରି କରି କିଛି ରୋଜଗାର ଆଶା‌ରେ ଆସିଥିବା ପ୍ରକାଶ କରିଛନ୍ତି ସୁଦାମ।

ପିଲାମାନଙ୍କୁ ଘରେ ଛାଡି ସ୍ବାମୀ ସ୍ତ୍ରୀ ଦୁହେଁ ଦିନସାରା ବୁଲି ବୁଲି ବିକ୍ରି କରନ୍ତି। ତାଙ୍କ ସହ ପତ୍ନୀ ନିଳ ବେହେରା ଏକ ଝୁଡିରେ ମାଟି ଦୀପ ରଖି ସାହି ସାହି ବୁଲି ବ୍ୟବସାୟ କରୁଥିବା ସୁଦାମ କହିଛନ୍ତି। ସକାଳୁ ବସ୍‌ରେ ଭଞ୍ଜନଗର ଠାରେ ଓହ୍ଲାଇବା ପରେ ଦୁହେଁ ଅଲଗା ହୋଇ ବିଭିନ୍ନ ସାହି ଗଳିକନ୍ଦି ବୁଲି ମାଟି ଦୀପ ବିକ୍ରି କରନ୍ତି। ଅପରାହ୍ନ ହେଲେ ଭଞ୍ଜନଗର ରଘୁନାଥ ମନ୍ଦିର ଠା‌ରେ ପୁଣି ଦୁହେଁ ଭୋଟ ‌ହୋଇ ମିଶି ଘରକୁ ଫେରନ୍ତି ବୋଲି ସେ କହିଛନ୍ତି।

ମାଟି ସାମଗ୍ରୀ ତିଆରି କରିବା ପାଇଁ କଞ୍ଚାମାଲ ଠାରୁ ଆରମ୍ଭ କରି ଆନୁଷଙ୍ଗିକ ଖର୍ଚ୍ଚ ହେଉଥିବା ବେଳେ ପରିଶ୍ରମ ତୁଳନାରେ ରୋଜଗାର ହେଉ ନଥିବା ସୁଦାମ କହିଛନ୍ତି।