ସୁଦର୍ଶନଦେବ ଦାରୁପୀଠର ପ୍ରଥମ ସେବକଙ୍କ ମୃତ୍ୟୁ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଗଡ଼ଗଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବ ଦାରୁପୀଠର ମୁଖ୍ୟ ତତ୍ବାବଧାରକ ସୋମନାଥ ବେହେରା (୮୩) ଙ୍କର ଆଜି ପୂର୍ବାହ୍ନରେ ମୃତ୍ୟୁ ହୋଇଯାଇଛି ।

କିଛି ବର୍ଷ ହେବ ସୋମନାଥ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ । ଆଜି ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ପରିବାର ଲୋକ ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ନୀଳାମ୍ବରୀ ଓ ୩ ପୁଅ ଓ ଦୁଇ ଝିଅଙ୍କ ସହିତ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ । ୨୦୧୫ ମସିହାରେ ନବକଳେବର ନେଇ ସ୍ଥାନୀୟ ଗଡ଼କଣ୍ଟୁଣିଆ ଠାରେ ସୁଦର୍ଶନ ଦେବଙ୍କ ଦାରୁ ଚୟନ ହୋଇଥିଲା । ଉକ୍ତ ଦାରୁକୁ ହୀରାପୁର ଗ୍ରାମର ସୋମନାଥ ଓ ତାଙ୍କ ପତ୍ନୀ ନୀଳାମ୍ବରୀ ଦୀର୍ଘବର୍ଷ ଧରି ପୂଜାର୍ଚ୍ଚନା କରି ଆସୁଥିଲେ ।

ସମ୍ବନ୍ଧିତ ଖବର