ଢେଙ୍କାନାଳ: ଗୁରୁବାର ପରଜଙ୍ଗ ଥାନା ସରବେରେଣି ଗାଁର ବାପା ଓ ଝିଅ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ପୁଲିସ ଜିମା ଦେଇଛନ୍ତି। ବୃଦ୍ଧଙ୍କ ନାମ ରବି ବେହେରା ହୋଇଥିବା ବେଳେ ତାଙ୍କ ଝିଅ ସବିତା ବେହେରା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପରଜଙ୍ଗ ଥାନା ସରବେରେଣି ଗାଁର ରବି ବେହେରା ଓ ତାଙ୍କ ଝିଅ ଅନେକ ଚେଷ୍ଟା କରିବା ପରେ ବି ସେମାନଙ୍କ ଜମିବାଡ଼ି ସମସ୍ୟା ସମାଧାନ ହେଉନାହିଁ। ଏହି ସମସ୍ୟା ନେଇ ତହସିଲ କି ଥାନାକୁ ଗଲେ ବି କେହି ରବି ବେହେରାଙ୍କ କଥା ଶୁଣୁ ନାହାନ୍ତି। ସବୁ ଆଡୁ ନିରାଶ ହେବା ପରେ ଆଜି ବାଧ୍ୟ ହୋଇ ରବି ବେହେରା ଓ ତାଙ୍କ ଝିଅ ସବିତା ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ଆତ୍ମାହୁତି ଉଦ୍ୟମ କରୁଥିଲେ। ଏହି ସମୟରେ ସେଠାରେ ଥିବା କର୍ମଚାରୀମାନେ ବାପ-ଝିଅ ଦୁହିଁଙ୍କୁ ଉଦ୍ଧାର କରି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/1737934f-d367-42e5-8d70-4ff01c4faebb.jpg)