ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ତେଲିଆଗଞ୍ଜ ଗ୍ରାମର ଜଣେ ବୃଦ୍ଧ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୂଳେ ଗ୍ରାମର ଭାଗବତ ପାତ୍ର (୬୧) ଆଜି ମଧ୍ୟାହ୍ନରେ ଘରେ କେହି ନଥିବା ବେଳେ କୌଣସି କାରଣରୁ ବେକରେ ଶାଢ଼ୀ ଲଗାଇ ଘର ଚାଳିଆରେ ଝୁଲି ପଡ଼ିଥିଲେ। ଦୀର୍ଘ ସମୟ ପରେ ରାସ୍ତାରେ ଯାଉଥିବା ଜଣେ ଲୋକ ଘର ଆଗରେ ଝୁଲୁ ଥିବା ଦେଖିପାରି ପରିବାର ଲୋକଙ୍କୁ ଖବର ଦେଇଥିଲେ।

Advertisment

ପରିବାର ଲୋକେ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଞ୍ଚି ଶବ ଜବତ କରି ୩୪/୨୩ ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।