ବଲାଙ୍ଗୀର: ଛତରଙ୍ଗ ସଂରକ୍ଷିତ ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

କଂଟାବାଞ୍ଜି (ପୁଷ୍ପକେତୁ ବେହେରା): ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା କମେଇମୁଣ୍ଡା ପଂଚାୟତ ଝରନିପଦର ଗାଁ ନିକଟସ୍ଥ ଛତରଙ୍ଗ ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦୁଇ ଜଣ ହେଲେ ଝରନିପଦର ଗାଁର ପୁଅ ରାଜମନ ଭୋଇ (୧୬) ଏବଂ ଝିଅ ଜଣକ ହେଲେ ରଶ୍ମିତା ଥନାପତି (୧୮)। ତୁରେକେଲା ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରୁଛି।

ମୃତ ପୁଅ-ଝିଅ ଗୋଟିଏ ଗାଁର ବୋଲି ପୁଲିସ କହିଛି। ଗତ ମଂଗଲବାର ଦୁଇ ଜଣ କୁଆଡେ ନିଖୋଜ ଥିଲେ। ଏହା ପରେ ଉଭୟ ପରିବାର ଲୋକ ଖୋଜାଖୋଜି କରିଥିଲେ। ହେଲେ କୌଣସି ପତ୍ତା ପାଇନଥିଲେ। ତେବେ ଗୁରବାର ସକାଲ ପ୍ରାୟ ୧୧ ଟା ସମୟ ରେ ଗାଁର କିଛି ମହିଳା ଛେଳି ଚରେଇବାକୁ ଜଂଗଲକୁ ଯାଇଥିବା ବେଳେ ଏକ ଗଛରେ ୨ଟି ମୃତଦେହ ଝୁଲୁଥିବା ଦେଖିଥିଲେ। ସେମାନେ ଗାଁ ଲୋକଙ୍କୁ ଏବାବଦରେ ଖବର ଦେଇଥିଲେ। ଗାଁ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣ ସ୍ଥଳକୁ ପହଂଚିଥିଲ।

ଘଟଣା ସ୍ଥଳ ମାଓ ପ୍ରବଣ ଅଂଚଳ ହୋଇଥିବାରୁ ପୁଲିସ ସବୁ ଦିଗ ଉପରେ ତଦନ୍ତ କରି କେମିତି ଶୀଘ୍ର ରାତି ପୁର୍ବରୁ ମୃତଦେହକୁ ଜବତ କରିବ ସେ ଚିନ୍ତାରେ ଥିଲା । ଘଟଣାସ୍ଥଳରେ କଂଟାବାଞ୍ଜି ଏସଡିପିଓ ସରୋକ କୁମାର ମହାପାତ୍ର ମଧ୍ୟ ପହଂଚି ଅଧିକ ତଦନ୍ତ କରିଥିଲେ। ତେବେ ପାରସ୍ପରିିକ ଦୃଷ୍ଟିକୁ ଦେଖିଲେ ଗୋଟିଏ ଛୋଟ ନିମ୍ବ ଗଛରେ କେମିତି ଦୁଇ ଜଣ କପଡା ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି ନାଁ କିଏ ତାଙ୍କୁ ହତ୍ୟା କରି ଗଛରେ ଝୂଲାଇ ଆତ୍ମହତ୍ୟାର ରୁପ ଦେବାକୁ ଚେଷ୍ଟା କରୁଛି। ପୁଲିସ ସବୁ ଦିଗ ଉପରେ ତଦନ୍ତ କରୁଛି। ତେବେ ପୋଷ୍ଟମର୍ଟମ ପରେ ହିଁ ହତ୍ୟା ନାଁ ଆତ୍ମହତ୍ୟା ତାହା ଜଣା ପଡିବ ବୋଲି ଏସଡିପିଓ ସୁଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର