ସୁଇସାଇଡ୍‌ ନୋଟ୍‌ରେ ଛାତ୍ରୀ ଲେଖିଥିଲେ- ମୋତେ କ୍ଷମା କରିଦେବେ, ମୁଁ ତୁମ ଇଚ୍ଛା ପୂରଣ କରିପାରିଲିନି

ବାରିପଦା: ମୋତେ କ୍ଷମା କରିଦେବେ। ମୁଁ ତୁମ ସହିତ ବଞ୍ଚିବି ବୋଲି କଥା ଦେଇଥିଲି। ମାତ୍ର ପାରିଲିନି। ଏହା ଥିଲା ଆତ୍ମହତ୍ୟା କରିଥିବା ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ୟରେ ପତ୍ର। ଆଜି ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ୮ ନମ୍ବର ୱାର୍ଡ (ଶବର ସାହି) ଅଞ୍ଚଳରେ ହୋପ୍‌ ନାମକ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଅମ୍ରିତା ଦାସ(୨୫) ନାମକ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ମୃତକ ଯୁବତୀ ଜଣଙ୍କ ଏହି ଘରୋଇ ସଂସ୍ଥାରେ ପାର୍ଟଟାଇମ୍‌ କାମ କରୁଥିବାବେଳେ ସାଇକୋଲୋଜି ସମ୍ମାନରେ ଏକ ସରକାରୀ ମହାବିଦ୍ୟାଳୟରେ ପାଠ ମଧ୍ୟ ପୁଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳର ଏହି ଯୁବତୀଙ୍କ ନିକଟରୁ ସୁଇସାଇଡ୍‌ ନୋଟ୍‌ ମିଳିଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ନୋଟ୍‌ରେ ନିଜ ପିତାମାତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଯୁବତୀଜଣଙ୍କ ଲେଖିଛନ୍ତି। ପିତାମାତାଙ୍କୁ ସଠିକ୍‌ ସମୟରେ ଚିକିତ୍ସା କରେଇନପାରିବା ଭଳି ମଧ୍ୟ କିଛି ଲେଖା ଉକ୍ତ ନୋଟ୍‌ରେ ରହିଛି। ଶେଷରେ ସରି ସରି ଲେଖିଥିବା ଜଣାପଡ଼ିଛି।

ସୂଚନା ପାଇ ବାରିପଦା ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ପରିବାର ସହିତ ସମ୍ପର୍କ କରାଯାଇଛି। ପରିବାର ଲୋକ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବବୋଲି ପୁଲିସ୍‌ କହିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛିଯ।ମୃତ ଯୁବତୀଙ୍କ ସହିତ ଆଉ ଜଣେ ଯୁବତୀ ଉକ୍ତ ରୁମ୍‌ରେ ରହୁଥିଲେ। ମାତ୍ର ଗତ ରବିବାରରୁ ସେ ତାଙ୍କ ଘର କୋଲକତା ଯାଇଥିବା ଜଣାପଡ଼ିଛି। ମୃତ ଯୁବତୀଜଣଙ୍କ ଘରେ ଏକୁଟିଆ ଥିଲେ।

ସମ୍ବନ୍ଧିତ ଖବର