Sambad is now on WhatsApp
Join and get latest news updates delivered to you via WhatsApp
ପାଇକସାହି: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗ୍ରାମରେ ଜଣେ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ନକୁଳ ନାଏକ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୋକଣ୍ଡା ଗ୍ରାମରେ ବସବାସ କରୁଥିବା ରାଘବ ନାଏକଙ୍କ ପୁଅ ନକୁଳ ନାଏକ (୧୯) ଗତ ଦୁଇଦିନ ହେବ ନିଜ ଭଉଣୀ ଘର ଗାଁ ମନ୍ଦଳବାହାଳକୁ ଯାଇଥିଲେ। ତେବେ ସେ ଆଉ ଘରକୁ ଫେରି ନଥିଲେ। ପରିବାରଲୋକ ନକୁଳକୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ, ତାଙ୍କ ଫୋନ୍ ସୁଇଜ ଅଫ୍ କହିଥିଲା।
ଏହାପରେ ଆଜି ସ୍ଥାନୀୟ ଅଞ୍ଚଳର ଏକ ମହୁଲ ଗଛରେ ନକୁଳର ମୃତଦେହ ଝୁଲୁଥିବା ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା।