ଉତ୍କଳ ଆଲୁମିନା ପକ୍ଷରୁ ଗ୍ରାମାଞ୍ଚଳ ଶିଶୁମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର

ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପର ସଂସ୍ଥା ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସହାୟକ କମ୍ପାନି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍‌) ପକ୍ଷରୁ ନିକଟରେ ପାରିପାର୍ଶ୍ବିକ ଗ୍ରାମାଞ୍ଚଳ ପ୍ରତି ଏହାର ସମର୍ପଣ ଭାବକୁ ପ୍ରଦର୍ଶନ କରି ନୂଆପଡ଼ା କ୍ଲବ ହାଉସରେ ଏକ ଚମତ୍କାର ଦୁଇ ଦିନିଆ ଗ୍ରୀଷ୍ମ ଶିବିର ଆୟୋଜନ କରାଯାଇଥିଲା। ଏକ ସ୍ମରଣୀୟ ଓ କଳାତ୍ମକ ଅନୁଭବ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରି ଆଖାପାଖ ଗ୍ରାମର ପିଲା ମାନଙ୍କ ଜୀବନରେ ଖୁସି ଆଣି ଦେବା ଏବଂ ସମୃଦ୍ଧ କରିବା ଏହି ଶିବିରର ଲକ୍ଷ୍ୟ ଥିଲା। ଉଜ୍ବଳ ଉତ୍କଳ ଲେଡିଜ୍ କ୍ଲବ୍‌ର ସଭାନେତ୍ରୀ ମିସ ହିନା ବେଗ ଓ ଉଜ୍ବଳ ଉତ୍କଳ ଲେଡିଜ୍ କ୍ଲବ୍‌ର ବିଶିଷ୍ଟ ସଦସ୍ୟା ମିସ୍ ଜୁହି ଶ୍ରୀବାସ୍ତବ, ମିସ୍ ରଶ୍ମୀ ପଣ୍ଡା, ମିସ୍ ରଶ୍ମିତା ପଟ୍ଟନାୟକ ଓ ମିସ୍ ସ୍ମୃତିଶ୍ରୀ ଜେନାମଣିଙ୍କ ଉପସ୍ଥିତିରେ ଉତ୍କଳ ଆଲୁମିନା ନେତୃତ୍ୱରେ ୨୦୨୩ ମେ’ ୩୦ ଓ ୩୧ରେ ଏହି ଦୁଇ ଦିନିଆ ଶିବିରର ଶୁଭାରମ୍ଭ କରାଯାଇଥିଲା। ସିଏସ୍‌ଆର୍ (ପ୍ଲାଣ୍ଟ)ର ଜିଏମ୍ ମିସ୍ ନିହାରୀକା ସାହୁଙ୍କ ସମେତ ପ୍ଲାଣ୍ଟ ସିଏସ୍‌ଆର୍ ଟିମ୍‌ର ଅନ୍ୟ ପ୍ରମୁଖ ଅଧିକାରୀ ଓ ଗ୍ରାଜୁଏଟ୍‌ ଇଞ୍ଜିନିୟର ଟ୍ରେନିଂ (ଜିଇଟି)ମାନେ ଏହି କାର୍ଯ୍ୟକ୍ରମର ସଂଯୋଜନା କରିିିଥିଲେ। ଉଜ୍ବଳ ଉତ୍କଳ ଲେଡିଜ୍ କ୍ଲବର ସଦସ୍ୟା ମାନେ ପ୍ରତ୍ୟକ୍ଷ ଭାବେ ପିଲା ମାନଙ୍କ ସହିତ ଯୋଡ଼ି ହୋଇଥିଲେ ଏବଂ ଦକ୍ଷତାର ସହ ଲବ୍ଧ ଦକ୍ଷତା ଯଥା ଚିତ୍ରାଙ୍କନ, ଓରିଗାମି, ଫାଇନ୍ ଆର୍ଟସ୍‌, କାଗଜ କଳାକୃତି, ନୃତ୍ୟ ଓ ମାଟି ପାତ୍ରକୁ ବ୍ୟବହାର କରି ସେମାନଙ୍କୁ ଶିକ୍ଷାଦାନ କରିଥିଲେ।

Sambad

ସେମାନଙ୍କ ପ୍ରତିବଦ୍ଧତା ଓ ସମର୍ପଣ ଭାବ କାର୍ଯ୍ୟକ୍ରମକୁ ବେଶ ଜୀବନ୍ତ କରି ପାରିଥିଲା ଯାହା ପିଲାମାନଙ୍କ କଳାତ୍ମକ ସନ୍ଧାନ ଓ ଆତ୍ମ ପ୍ରକାଶ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଉତ୍କଳ ଆଲୁମିନାର ୟୁନିଟ୍‌ ମୁଖ୍ୟ ଓ ସଭାପତି ମଝହାର ବେଗ୍ ଅତିଥି ଭାବେ ଯୋଗ ଦେଇଥିଲେ। ହୃଦୟସ୍ପର୍ଶୀ ଢଙ୍ଗରେ ଶ୍ରୀ ବେଗ୍ ବିନମ୍ରତାର ସହ ଗୋଷ୍ଠୀ ବିକାଶ ଅଭିଯାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଉତ୍ସର୍ଗୀକୃତ ମନୋଭାବ ସହ ସେ କହିଛନ୍ତି ଯେ, ଆମ ଗୋଷ୍ଠୀର ପିଲାମାନଙ୍କ ବ୍ୟାପକ ବିକାଶକୁ ସୁଦୃଢ଼ କରିବ ଲାଗି ଆମର ରହିଥିବା ଅତୁଟପ୍ରତିବଦ୍ଧତାର ପ୍ରତୀକ ହେଉଛି ଏହି ଗ୍ରୀଷ୍ମ ଶିବିର। ଏଭଳି ଗ୍ରୀଷ୍ମ ଶିବିରକୁ ଦେଖି ବହୁତ ଖୁସି ଲାଗୁଛି ଯାହା ପ୍ରତିଭାକୁ ସମୃଦ୍ଧ ଓ ସନ୍ଧାନ କରିବା ଲାଗି ପିଲାମାନଙ୍କୁ ମଞ୍ଚ ପ୍ରଦାନ କରିଥିବା ବେଳେ ସେମାନଙ୍କ ସାମଗ୍ରିକ ବିକାଶ ଲାଗି ଯୋଗଦାନ ପ୍ରଦାନ କରିଛି। ଏଭଳି କାର୍ଯ୍ୟକ୍ରମ ଆମ ସମାଜର ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ନିଜ ଅଭିଭାଷଣରେ ହୀନା ବେଗ୍‌ କହିଛନ୍ତି। ଦଳଗତ କାର୍ଯ୍ୟ, ଅନ୍ତର୍ଭୁକ୍ତିକରଣ ଏବଂ ଶିବିର ଅଂଶଗ୍ରହଣକାରୀ ମାନଙ୍କ ଭିତରେ ପରସ୍ପର ସମ୍ମାନ ଭଳି ମୂଲ୍ୟବୋଧର ପ୍ରସାର ଲାଗି ଶିବିରରେ ଲକ୍ଷ୍ୟ ରଖାଯାଇଥିଲା। ଶେଷରେ ଉତ୍କଳ ଆଲୁମିନାର ଗ୍ରୀଷ୍ମ ଶିବିର ବିପୁଳ ସଫଳତା ହାସଲ କରିବା ସହ ଅଂଶଗ୍ରହଣକାରୀ ପିଲାମାନଙ୍କୁ ନିଜକୁ ପରିପ୍ରକାଶ କରିବା, ବ୍ୟକ୍ତିଗତ ବିକାଶ ଏବଂ ଆବଶ୍ୟକ ଜୀବନ କୌଶଳର ବିକାଶ ପାଇଁ ଏକ ମଞ୍ଚ ପ୍ରଦାନ କରି ସେମାନଙ୍କ ଦୀର୍ଘସ୍ଥାୟୀ କାମନା କରାଯାଇଥିଲା।

ସମ୍ବନ୍ଧିତ ଖବର